ଡିଏ ଭି ପବ୍ଲିକ୍ ସ୍କୁଲରେ ' ଦୁର୍ନୀତି ନିବାରଣ ' ସାପ୍ତାହ ପାଳନ
ଭଞ୍ଜନଗର-- ଡି଼.ଏ.ଭି ପିଟି.ଏସ୍.ଆର ପବ୍ଲିକ୍ ସ୍କୁଲ ପରିସରରେ 'ଦୁର୍ନୀତି ନିବାରଣ ସପ୍ତାହ' ଓ ' ସ୍ବାଧୀନତା ର ଅମୃତ ମହୋତ୍ସବ ' ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭଞ୍ଜନଗର ମୁଖ୍ୟ ଡାକ ବିଭାଗର ସୁନାମଧନ୍ୟା ଉପ ଡାକ ପରିଚାଳିକା ଶ୍ରୀମତୀ ସ୍ବାଗତିକା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ମୁଖ୍ୟ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅମୃତ ମହୋତ୍ସବ ଓ ଦୁର୍ନୀତି ନିବାରଣ ଉପଲକ୍ଷେ ପ୍ରତିଯୋଗିତା କରାଯାଇଥିଲା ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତିରେ ଶିକ୍ଷୟିତ୍ରୀ ଶ୍ରୀମତୀ ଜି.ସ୍ନିଗ୍ଧାରାଣୀଙ୍କ ଦ୍ବାରା ଧନ୍ଯବାଦ ଅର୍ପଣ କରାଯାଇଥିଲା । ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପାଦାନ କରାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୧୧/୨୦୨୨---୭,୩୫ Sakhigopal News,5/11/2022



