ads

Breaking News

୯୨ଗ୍ରାମ ଧଳା ଜହର ଜବତ କଲା ନିମାପଡ଼ା ଅବକାରୀ ବିଭାଗ


ପୁରୀ--- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ଶ୍ରୀମତୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ଥାନା ଅଧୀନ କଳାପାଞ୍ଚଣ ଛକ ଠାରେ ଚଢ଼ାଉ କରିଥିଲେ। ରଞ୍ଜନ କୁମାର ରାଉତ ,ବୟସ -26 ବର୍ଷଙ୍କୁ ଗିରଫ କରି ତାଙ୍କ ଠାରୁ 92 ଗ୍ରାମ ହେରୋଇନ (ବ୍ରାଉନ ସୁଗାର) ଜବତ କରିବାରେ ସଫଳ ହୋଇଛନ୍ତି। ନିମାପଡା ଅବକାରୀ ଥାନା କେସ ନଂ -67/22-23ରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ- କାରଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 9,20,000/-ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ SI ଶ୍ରୀ ରଙ୍କନିଧି ମଲ୍ଲିକ, ASI ଲୋକନାଥ ପାତ୍ର ଏବଂ କର୍ମଚାରୀ ଆଶିଷ କୁମାର ପ୍ରଧାନ, ତପନ ପ୍ରଧାନ, ଜିତେନ୍ଦ୍ର ବେହେରା,ଶେଖ ୱାରିସ, ଦୀନବନ୍ଧୁ ବାରିକ ପ୍ରମୁଖ ସାମିଲ ଥିଲେ । ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୧୧/୨୦୨୨--୮,୧୦ Sakhigopal News,5/11/2022

ads

Blog Archive

Popular Posts