୨୪ କୁଣ୍ଡିଆ ମହାଯଜ୍ଞ ଓ ଗାୟତ୍ରୀ ମୂର୍ତ୍ତି ପ୍ରତିଷ୍ଠା ପାଇଁ ହରିଦ୍ଵାର ଗସ୍ତ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗାୟତ୍ରୀ ମନ୍ଦିର ୨୪ କୁଣ୍ଡିଆ ମହାଯଜ୍ଞ ଓ ମୂର୍ତ୍ତି ର ପ୍ରାଣପ୍ରତିଷ୍ଠା ପାଇଁ ହରିଦ୍ଵାର ଶକ୍ତିପୀଠ କୁ ଗସ୍ତ। ରାମଚନ୍ଦ୍ର ଭୋଇ, ପ୍ରହଲ୍ଲାଦ ମେହେର (କ), ବେଦବର ପ୍ରଧାନ, ଆନନ୍ଦ ସାଥୁଆ, ହାରଚାନ୍ଦ ସାଥୁଆ, ସଞ୍ଜୟ କୁମାର ନନ୍ଦ, ଶ୍ଯାମଚାନ୍ଦ ସାଥୁଆ, ଇନ୍ଦ୍ରଜିତ ପାତ୍ର, ଦିଲିପ ସାଥୁଆ ଓ ଅରକ୍ଷିତ ସାଥୁଆ।ହରିଦ୍ଵାର ଠାରେ ଥିବା ବରଗଡ ଜିଲ୍ଲା ପାଇଁ ପ୍ରଭାରୀ ଶେଷଦେବ ଭୋଇ ସମସ୍ତ ପ୍ରକାରର ସହଯୋଗ କରିଥିଲେ । ରେମଣ୍ଡା ଗ୍ରାମବାସୀଙ୍କ ତରଫରୁ ଶ୍ରୀ ଭୋଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି। ଗତକାଲି ଭୋର ୪ଟା ସମୟରେ ଅର୍ଥାତ ଶୁକ୍ରବାର ତାରିଖ ୪.୧୧.୨୨ ହରିଦ୍ଵାର ଠାରୁ କଳସଯାତ୍ରା ବିଧି ମୁତାବକ ପୂଜାର୍ଚ୍ଚନା ସାରି ରେମଣ୍ଡା ଅଭିମୁଖେ ଯାତ୍ରା ଆରମ୍ଭ ହୋଇଛି। ଆସନ୍ତା ୧୨.୧୧.୨୨ ତାରିଖ ଦିନ ରେମଣ୍ଡା ଠାରେ ପହଞ୍ଚିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ରେମଣ୍ଡା ଠାରେ ଗ୍ରାମବାସୀ ସ୍ଵାଗତ, ସମର୍ଦ୍ଧନା କରିବା ପାଇଁ ଅପେକ୍ଷା କରିଥିବା ଜଣାପଡିଛି । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୧୧/୨୦୨୨--- ୪,୨୦ Sakhigopal News,4/11/2022



