ads

Breaking News

ବିଦ୍ୟୁତ ସଂସ୍ପର୍ଶରେ ଆସି , ଜଣକର ମୃତ୍ୟୁ



ଭଞ୍ଜନଗର – ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ , ଗୋବରା ଗାଁ ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ହେଲେ ଶୁକୁରୁ ବିଶ୍ବାଳ (୫୮) । ନିଜ ଘର ନିକଟରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଗୁରୁତର  ହୋଇପଡିଥିଲେ। ତାଙ୍କୁ ନିକଟସ୍ଥ ଗୋବରା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏନେଇ  ଗାଙ୍ଗପୁର ଥାନା କେଶ୍ ନମ୍ବର ୨୬/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ପୋଲିସ ସୁତ୍ରରୁ ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୧୧/୨୦୨୨---୪,୫୦  Sakhigopal News,4/11/2022

ads

Blog Archive

Popular Posts