ads

Breaking News

ଶ୍ରାରାମ ମନ୍ଦିରରେ ତୁଳସୀ ବିବାହ ଅନୁଷ୍ଠିତ


ସାକ୍ଷୀଗୋପାଳ---- ମହାକାର୍ତ୍ତିକ ଗରୁଡ ଦ୍ବାଦଶୀ ତିଥିରେ ସାକ୍ଷୀଗୋପିନାଥ ମନ୍ଦିର ପାର୍ଶ୍ୱରେ ଥିବା ରାମମନ୍ଦିର ସମ୍ମୁଖରେ ତୁଳସୀ ବିବାହ ଉତ୍ସବ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ରେ ଠାକୁର ଙ୍କ ନୀତି କାନ୍ତି ସରିବା ପରେ ରାମ ମନ୍ଦିର ରେ ପୂଜା ପାଉଥିବା ଶ୍ରୀନାରାୟଣଙ୍କୁ ପଞ୍ଚାମୃତ ରେ ସ୍ନାନ କରାଯାଇ ନୃତ୍ୟ ବସ୍ତ୍ର ପରିଧାନ କରାଯାଇଥିଲା। ସେହିପରି ମା ତୁଳସୀ ବୃକ୍ଷକୁ ବସ୍ତ୍ର ,କାଚ, ସିନ୍ଦୂର ପରିଧାନ କରାଯାଇ ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ ରାମ ମନ୍ଦିର ର ପୃଥକ ବଂଶୀଧର ପାଢୀ ଓ ହରିହର ମହାପାତ୍ର। ସେହିପରି କନ୍ୟା ତୁଳସୀ ପିତା ଓ ମାତା ଭାବେ ସତ୍ୟପ୍ରିୟ ମହାପାତ୍ର ଓ ରଞ୍ଜିତା ମହାପାତ୍ର। ବର ତଥା ନାରାୟଣ ଙ୍କ ମାତା ଓ ପିତା ଭାବେ ଶରତ ଚନ୍ଦ୍ର ହୋତା ଓ ସଞ୍ଜୁକ୍ତା ହୋତା। ଏହି ବିଭାଘରର ମଧ୍ୟସ୍ଥି ସେବାୟତ ରାମଚନ୍ଦ୍ର ନନ୍ଦ ରହିଥିଲେ। କନ୍ୟା ଘର ପକ୍ଷରୁ ବରଯାତ୍ରୀ ମାନଙ୍କୁ ସମ୍ମାନ ଜଣାଇ ମିଷ୍ଟାନ୍ନ ବଣ୍ଟନ କାରାଯାଇଥିଲା। ବିବାହ କାର୍ଯ୍ୟ ସରିବା ପରେ ଉପସ୍ଥିତ ଥିବା ମହିଳାମାନେ ବରକନ୍ୟାଙ୍କୁ ବନ୍ଦାପନା କରି ଶ୍ରୀରାମ ମନ୍ଦିର ଙ୍କୁ ପାଛୋଟି ନେଇଥିଲେ । ରାତିରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୧୧/୨୦୨୨----୬,୪୦ Sakhigopal News,5/11/2022

ads

Blog Archive

Popular Posts