ଉତ୍ତମ ପରିବେଶ ପାଇଁ ଦୁର୍ନୀତି ହଟାଅ ସଂକଳ୍ପ ଆହ୍ୱାନ
ଡେଲାଙ୍ଗ :ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ବେରବୋଇ ଗାନ୍ଧୀପୀଠ ରୁ ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ଦୁର୍ନୀତି ନିବାରଣ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । ଡେଲାଙ୍ଗ ବ୍ଲକର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ବିଭିନ୍ନ ଗ୍ରାମରେ ପହଞ୍ଚି" ଉତ୍ତମ ପରିବେଶ ପାଇଁ ଦୁର୍ନୀତି ହଟାଅ ସଂକଳ୍ପ ଆହ୍ୱାନ ଦେଇ ଜନସଚେତନତା ସୃଷ୍ଟି କରିଛନ୍ତି । ରାକ୍ଷସରୂପୀ ଦୁର୍ନୀତି ମାଡି ମାଡି ଚାଲିଥିବାରୁ ଏହାର ମୁଳୋତ୍ପାଟନ କରିବାପାଇଁ ଜନସାଧାରଣଙ୍କର ସହଯୋଗ ଲୋଡିଛନ୍ତି । ଆଜି ଉଦଯାପନୀ ଦିବସରେ ଗୁଦୁପାଇଲୋ ଗ୍ରାମର ନୀଳକଣ୍ଠେଶ୍ଵର ଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ପାଢ଼ୀଙ୍କ ସଭାପତିତ୍ବ ରେ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା ।ଏଥିରେ ପ୍ରକାଶ ପ୍ରଧାନ, କୁମର ସାହୁ, ସୁକାନ୍ତି ସାହୁ, ଦୁର୍ନୀତି ହଟାଅ ପ୍ରଚାର ପତ୍ର କୁ ଲୋକାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତ ଭୂଷଣ ପ୍ରଧାନ, କୁମର ବେହେରା, ହୃଷୀକେଶ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ହରିବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସୋମନାଥ ସେନାପତି ଧନ୍ୟବାଦ ଦେଇଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୧୧/୨୦୨୨----୮,୪୦ Sakhigopal News,6/11/2022



