ads

Breaking News

ଅଳଗୁମରେ କାର୍ତ୍ତିକ ମେଳା,ଓ ମହାରୁଦ୍ରାଭିଷେକ ଅନୁଷ୍ଠିତ ; ବିଭିନ୍ନ ମନ୍ଦିର ମାନଙ୍କରେ ଯଜ୍ଞ, ଶତାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼



ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଅଳଗୁମସ୍ଥିତ ପ୍ରାଚୀନ ଶୈବପୀଠ ଶ୍ରୀଶ୍ରୀ ଗତିଶ୍ବର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତିବର୍ଷ ଭଳି କାର୍ତ୍ତିକ ମେଳା ଅନୁଷ୍ଠିତ ହୋଇଯାଇଛି ।  ଅଁଳାନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହାରୁଦ୍ରାଭିଷେକ, ଯଜ୍ଞ, ଯୋଗ , କବିତା ପାଠ ଉତ୍ସବ ସହିତ ବିଭିନ୍ନ ପ୍ରତିଯୋଗିତା , ସ୍ମରଣିକା ଉନ୍ମୋଚନ ଓ ବିଭିନ୍ନ ପ୍ରକାର ସା‌ଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଁଳା ନବମୀ ରେ ମନ୍ଦିରର ଚର୍ତୁପାଶ୍ବ ସଫେଇ , ଅଁଳା ବୃକ୍ଷ ପୂଜନ , ପୂରାଣ ପଠନ କରାଯାଇଥିଲା ।  ଦଶମୀରେ କଳସ ଯାତ୍ରା, ସୂର୍ଯ୍ଯ ପୂଜା , ଗୋ ପୂଜନ , ରୁଦ୍ରାଭିଷେକ ଯଜ୍ଞ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା । ଏକାଦଶୀରେ ପାପକ୍ଷୟ ନିମନ୍ତେ ତୀର୍ଥ ଜଳ ଦ୍ବାରା ଅଭିଷେକ କରାଯାଇଥିଲା । ଦ୍ବାଦଶୀରେ ଅଭିଷେକ ସହ ସନ୍ଧ୍ଯାରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଘୋଡାନାଚ ପରିବେଷଣ କରାଯାଇଥିଲା । ସେହିପରି ତ୍ରତ୍ରୟୋଦଶୀରେ ଲକ୍ଷ୍ମୀ ପ୍ରାପ୍ତି ନିମନ୍ତେ ଅଭିଷେକ କରାଯାଇଥିଲା । ସନ୍ଧ୍ୟାରେ ଆଧ୍ୟାତ୍ମିକ କବିତା ପାଠୋତ୍ସବରେ ଅତିଥି ଭାବେ କବି ତଥା ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ନାଥ ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ପ୍ରାକ୍ତନ ଶିକ୍ଷକ ପ୍ରଭାତ ଚନ୍ଦ୍ର ରଥ ସଭାପତିତ୍ବ କରିଥିଲେ ‌‌‌‌‌‌‌୩୦ଜକବି କବୟିତ୍ରୀ ନିଜସ୍ଵ କବିତା ପାଠ କରିଥିଲେ।   ବିଭିନ୍ନ ପ୍ରକାରର ପ୍ରତିଯୋଗିତା, ପୁରସ୍କାର ବିତରଣ ସହିତ ସ୍ମରଣିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ସୋମବାର ଯଜ୍ଞ ର ଉଦଯାପନ ଦିବସରେ ସ୍ବର୍ଯ୍ଯ ପୂଜା , ଗୋ ପୂଜା ଓ ଅପରାହ୍ନ ରେ ଯଜ୍ଞର ପୂର୍ଣ୍ଣାହୂତି ହୋଇଥିଲା । ଏଥିରେ କର୍ତ୍ତା ଭାବେ ଲକ୍ଷ୍ମୀଧର ପଣ୍ଡା ସପତ୍ନୀଙ୍କ ଦାୟିତ୍ବ ତୁଲାଇଥିଲେ । ପଣ୍ଡିତ ଧନେଶ୍ବର ତ୍ରିପାଠୀ , କାହ୍ନୁଚରଣ କର ଓ ସହଯୋଗି ମାନେ ଯଜ୍ଞ କାର୍ଯ୍ଯ ସମ୍ପାଦନ କରିଥିଲେ । ମେଳା ରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ସନ୍ଧ୍ୟାରେ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା । ପରିଷଦର ସଭାପତି ସନ୍ତୋଷ ପଣ୍ଡା , ସମ୍ପାଦକ ଉପେନ୍ଦ୍ର ପଣ୍ଡା , ପ୍ରଶାନ୍ତ ବିଶ୍ବାଳ , ନିରଞ୍ଜନ ପାଣ୍ଡେ , ସ୍ବାଧିନ ପ୍ରଧାନ , ବନମାଳି ପ୍ରଧାନ , ପ୍ରଫୁଲ ବିଶ୍ବାଳ , କାମଦେବ ଜେନା ଓ ପରିଷଦର ସମସ୍ତ ସଭ୍ଯ କାଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ସାକ୍ଷୀଗୋପାଳ କଲେଜ ଛକ ନିକଟ କୋଷୋଳେଶ୍ବର,ବଳପୁର ପଞ୍ଚାୟତର ହାଣ୍ଡୁଳାଇ ଠାକୁରାଣୀଙ୍କ ପୀଠ ରେ ଅନୁଷ୍ଠିତ ଯଜ୍ଞରେ ସୁକାନ୍ତ କୁମାର ପଣ୍ଡା ରହିଥିବା ବେଳେ ପଣ୍ଡିତ ନବୀନ ମିଶ୍ର ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ ସେହିପରି ବଳପୁରୁ ଶାସନରେ ଗୋପିନାଥ ଙ୍କ ପୀଠରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ତ୍ତାକର୍ତ୍ତୀ ଭାବେ ନିହାର ରଞ୍ଜନ ମହାପାତ୍ର ଓ ଇତିଶ୍ରୀ ମହାପାତ୍ର ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ସେହିପରି ସାନଗାଁ ବିଲ କପିଳେଶ୍ୱରଙ୍କ ମହାଦେବ ମନ୍ଦିର ପରିସରରେ ଯଜ୍ଞ ର ଉଦଯାପନ ହୋଇଯାଇଛି। ସେହିପରି ବିଭିନ୍ନ ମନ୍ଦିର ମାନଙ୍କରେ ଅନୁଷ୍ଠିତ ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୧୧/୨୦୨୨---୭,୨୦ Sakhigopal News,7/11/2022

ads

Blog Archive