ବିଭିନ୍ନ ଦାବି ନେଇ ଏସୟୁସିଆଇ ପକ୍ଷରୁ ଗଣଧାରଣା
ସାକ୍ଷୀଗୋପାଳ---- ସତ୍ଯବାଦୀ ବ୍ଲକ କାର୍ଯ୍ୟାଳୟ ଆଗରେ ଏସୟୁସିଆଇ ପକ୍ଷରୁ ଗଣଧାରଣା ଦିଆଯାଇଥିଲା। ଦାବି ମଧ୍ୟରେ ଭାଗ ଚାଷୀଙ୍କୁ ଧାନର ବିକ୍ରୟ କରିବା ପାଇଁ ଅନୁମତି ପତ୍ର, ଭୂମିହୀନଙ୍କୁ ଘରବାଡ଼ି ପଟ୍ଟା ପ୍ରଦାନ ସହିତ ସତ୍ଯବାଦୀ ବ୍ଲକ ରେ ଶୀତଳ ଭଣ୍ଡାର ନିର୍ମାଣ ଆଦି ଦାବି ରେ ଏସୟୁସିଆଇ ସତ୍ଯବାଦୀ ବ୍ଲକ କମିଟି ପକ୍ଷରୁ ବ୍ଲକ୍ ଅଫିସ୍ ଆଗରେ ବ୍ୟାନର,ପ୍କାକଡ ଧରି ଗଣବିକ୍ଷୋଭ କରିଥିଲେ। ଏହି ବିଷୋଭ ସଭା ରେ ଏସୟୁସିଆଇ ଆଞ୍ଚଳିକ କମିଟିର ସମ୍ପାଦକ କ୍ରମେଡ ସୁବାସ ବେହେରା ସଭାପତିତ୍ବ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାର୍ଟିର ଜିଲ୍ଲା ସମ୍ପାଦକ ସୁବାସ ବରାଳ ଏହି ଗଣଆନ୍ଦୋଳନକୁ ଯୋର କରିବାକୁ ସେ କହିଥିଲେ। କ୍ରମେଡ ବଟକୃଷ୍ଣ ସ୍ବାଇଁ ଯୋଗ ଦେଇଥିଲେ। ସତ୍ୟବାଦୀ ବ୍ଳକ ଏବିଡିଓ ଅରକ୍ଷିତ ପ୍ରଧାନ ଗଣଧାରଣା ସ୍ଥଳକୁ ଆସି ଦାବି ପତ୍ର ଗ୍ରହଣ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୧୧/୨୦୨୨---୭,୫୫ Sakhigopal News,7/11/2022



