ads

Breaking News

ମହାଦେବ ଙ୍କ ପୀଠରେ କାର୍ତ୍ତିକ ପୂର୍ଣ୍ଣମୀ ବ୍ରତ ପାଳନ ଓ ଡଙ୍ଗା ଭାସାଣ


କଟକ--- - ବାଙ୍କୀ ଚର୍ଚ୍ଚିକା ଗ୍ରାମ ସ୍ତିତ ଆୟେଶାନେଶ୍ୱର୍ ମହାଦେବ ଙ୍କ ପୀଠରେ ପୂର୍ଣ୍ଣମୀ ଦିନ ରାତ୍ର ତିନି ଘଟିକା ସମୟରୁ ଜନ ସମାଗମ ଲାଗି ରହିଥିଲା । ଦୀର୍ଘ ଦୁଇ ବର୍ଷ ହେବ କୋରଣା ମହାମାରୀ ସକାଶେ ସମସ୍ତ ସାଂସ୍କୃତିକ ଏବଂ ପାରମ୍ପରିକ କାର୍ଯ୍ୟକ୍ରମ  ସ୍ତଗିତ ରଖାଯାଇ ଥିଲା । ଯାହାଦ୍ବାରା ଲୋକମାନେ  ଏକତ୍ରିତ ହୋଇ କୌଣସି ପର୍ବ ପର୍ବାଣୀ ପାଳନ କରିପାରି ନଥିଲେ । ଏ ବର୍ଷ ସେଭଳି କୌଣସି କଟକଣା ନଥିବାରୁ ପ୍ରତ୍ୟେକ ଶୈବ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭକ୍ତ ମାନଙ୍କର ସମାଗମ ହୋଇ ଥିଲା । ଜନସାଧାରଣ ମାନେ ଆୟେଶାନେଶ୍ଵର୍ ମହାଦେବ ଙ୍କ ଉତ୍ତର ପାର୍ଶ୍ଵରେ ପ୍ରବାହିତ ହେଉଥିବା ମହାନଦୀ ର ପବିତ୍ର ପାଣି ରେ ସ୍ନାନ କରି ଡଙ୍ଗା ଭସାଇ ଥିଲେ ଏବଂ ଆୟେଶାନେଶ୍ଵର ମହାଦେବ ଙ୍କୁ ଦର୍ଶନ କରି ନିଜ ନିଜର ମନବାଞ୍ଛା ପ୍ରଭୁଙ୍କ ପାଖରେ ଜଣାଇଥିଲେ ।
 କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହ ବାଙ୍କୀରୁ ରମେଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ,୮/୧୧/୨୦୨୨---୯,୪୫   Sakhigopal News,8/11/2022

ads

Blog Archive

Popular Posts