ଡିଏଭି ପବ୍ଲିକ୍ ସ୍କୁଲରେ 'ରାସ ପୂର୍ଣ୍ଣିମା ପାଳନ
ଭଞ୍ଜନଗର : ସୋମବାର ଦିନ ଡିଏଭି ପିଟି.ଏସ.ଆର୍ ପବ୍ଲିକ୍ ସ୍କୁଲ ପରିସରରେ ପବିତ୍ର ' ରାସ ପୂର୍ଣ୍ଣିମା ' ବା ଡଙ୍ଗା ଭଷାଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ସ୍କାଉଟ୍ ଓ ଗାଇଡ୍ ବିଭାଗର ଗଠନ ଦିବସର ଶପଥ ପାଠ କରାଯାଇଥିଲା । ଏହି ରାସ ପୂର୍ଣ୍ଣିମା ପର୍ବର ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବ ପ୍ରାଥମିକ ଓ ପ୍ରାଥମିକ ଶ୍ରେଣୀରେ ଅଧ୍ଯୟନ କରୁଥିବା ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଛୋଟ ଛୋଟ ଶିଶୁମାନେ ପ୍ରାଚୀନ ପରମ୍ପରା ଅନୁଯାୟୀ ସାଧବ ଘରର ପୁଅ ଓ ବୋହୁର ବେଶ ଧାରଣ କରି ଆସିଥିଲେ ।ପ୍ରାଚୀନ ପରମ୍ପରା ଅନୁସାରେ ଶିକ୍ଷାର୍ଥୀମାନଙ୍କ ଦ୍ବାରା ବନ୍ଦାପନ କାର୍ଯ୍ୟ ଶେଷ କରି ଡଙ୍ଗା ଭସାଇ ଥିଲେ । ତତସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଡଙ୍ଗା ଭସାଣ କାର୍ଯ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ଏହି ପାଳନୀୟ ଦିବସର ମହତ୍ତ୍ବ ସମ୍ପର୍କରେ ଅତି ସୁନ୍ଦର ଭାବେ ନିଜର ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଭଦ୍ରା ପାଢ଼ି ନିଜର ବକ୍ତବ୍ୟ ରଖିଥିଲେ । ଏଲ.କେ.ଜି ଶ୍ରେଣୀର ଛାତ୍ରୀ ସୁଶ୍ରୀ ଦିବ୍ୟାଂଶୀ ପାଣିଗ୍ରାହୀ ରାସ ପୂର୍ଣ୍ଣିମା ଆଧାରିତ ଏକ ସଙ୍ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ମୁଖରେ ଆନନ୍ଦର ଲହରୀ ଦେଖିବାକୁ
ମିଳିଥିଲା ।ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସର୍ବାଙ୍ଗସୁନ୍ଦର ହୋଇପାରିଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧୧/୨୦୨୨---୭,୨୦ Sakhigopal News,7/11/2022



