ads

Breaking News

ପୁରୁଣା ପେନସନ ଦାବି ରେ ଶିକ୍ଷକ ସଂଘ ଦାବି ପତ୍ର ପ୍ରଦାନ




ବଲାଙ୍ଗିର---- ବଲାଙ୍ଗୀର ଜିଲ୍ଲା ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ଭୁଖରେ ନୂତନ ପେନସନ ନିତି ବିରୋଧ ଧାରଣା ଦେଇଛନ୍ତି ।  ସଇଁତଳା ବ୍ଲକ ସମସ୍ତ ପ୍ରାଥମିକ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ପୁରୁଣା ନୂତନ ପେନସନ ନୀତିକୁ ବନ୍ଦ କରି ପୂରାତନ ପେନସନ ନୀତିକୁ ଲାଗୁକରିବା ଦାବି କରିଛନ୍ତି । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପିତ ଆଶିଷ ସିଂ ଭୋଇଙ୍କ ନେତୃତୁରେ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଠାରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯୟାଳୟ ସମ୍ଭୁଖରେ ଧାରଣା ଦେବା ସହ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥଙ୍କୁ ମୁଖ୍ୟ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଆଗାମୀ ୧୯ ତାରିଖ ଦିନ ଜିଲ୍ଲାର ସମସ୍ତ ପ୍ରାଥମିକ ଶିକ୍ଷକ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ଭୁଖରେ ଧାରଣା ଦେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। 

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୧୫/୧୦/୨୦୨୨---୭,୪୦  Sakhigopal News,15/10/2022

ads

Blog Archive

Popular Posts