ନୀଳକଣ୍ଠ-ପଦ୍ମଚରଣ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ ସଭାରେ ଜାତୀୟ ପତାକାକୁ ଅବମାନନା
ବେଗୁନିଆ----ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ଗ୍ରାମର ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳପଡ଼ିଆରେ ନୀଳକଣ୍ଠ-ପଦ୍ମ ଚରଣ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ପୁରସ୍କାର ବିତରଣ ସଭାରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ସଭା ଚାଲୁଥିବା ବେଳେ ଜନୈକ ଅପରିଚିତ ଯୁବକ ଜଣକ ଗୋଟିଏ ପାର୍ଶ୍ୱରେ ଠିଆ ହୋଇ ଜାତୀୟ ପତାକାକୁ ମୁଣ୍ଡରେ ବାନ୍ଧି ଉତ୍ସଵ ଦେଖୁଥିବା ବେଳେ କେହି ଏଥିପ୍ରତି ନଜର ଦେଇ ନଥିଲେ । ଏହାର ଭିଡିଓ ଭାଇରାଲ ହେଇଥିଲେ ମଧ୍ୟ ଏହାର ସତ୍ୟତା ଜାଣିବା ପାଇଁ କମିଟିର ସଦସ୍ୟଙ୍କ ସହ ଆମ ପ୍ରତିନିଧି ଯୋଗାଯୋଗ କରିଥିଲେ ।କମିଟି ସଦସ୍ୟ ତଥା ଜନୈକ ଖେଳର ଅମ୍ପାୟାରକୁ ପଚାରିବାରୁ ଏହା ଏକ କଂଗ୍ରେସର ଦଳୀୟ ପତାକା ବୋଲି କହି ହସରେ ଉଡାଇ ଦେଇଥିଲେ । ଏହି ଘଟଣାକୁ ନେଇ ସାଧାରଣରେ ଜୋରସୋରରେ ଚର୍ଚ୍ଚା ଜୋର ଧରିଛି । ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା,୪/୧/୨୦୨୧---- ୩,୧୨



