ads

Breaking News

ଭେଡେନ ଆଞ୍ଚଳିକ କିଷାନ ମହା ବିଦ୍ୟାଳୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର.



ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନବ୍ଲକ ଅନ୍ତର୍ଗତ ଭେଡେନ ଆଞ୍ଚଳିକ କିଷାନ ମହାବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ ଅବସରରେ ଯୁବ ରେଡକ୍ରସ ପରାମର୍ଶ ଦାତା ରଞ୍ଜନ କୁମାର ଦାଶ ଙ୍କ ପରିଚାଳନା କ୍ରମେ ୧୪ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଶିବିରରେ ମହାବିଦ୍ୟାଳୟର ଅଧ୍ୟାପକ ବିନୋଦ ବିହାରୀ ଭୋଇ ରକ୍ତଦାନ ଶିବିରକୁ ଉଦ୍ ଘାଟନ କରିଥିଲେ । 
ସରକାରୀ କୋଭିଡ-୧୯ ନିୟମ ପାଳନ ପୂର୍ବକ ରକ୍ତ ସଂଗ୍ରହ କରା ଯାଇଥିଲା। ବରଗଡ ରକ୍ତ ଭଣ୍ଡାର ର ମୁଖ୍ୟ ଡଃ ସୁଶାନ୍ତ କୁମାର କର ଙ୍କ ନିର୍ଦ୍ଦେଶକ୍ରମେ ଟେକନିସିଆନ ରେବତୀ କାନ୍ତ ସାହୁ,ସବିତା ନାୟକ,ରାକେଶ ରଣା ଓ ଲକ୍ଷ୍ମଣ ବଗର୍ତ୍ତୀ ପ୍ରମୁଖ ରକ୍ତ ସଂଗ୍ରହ ଦାୟିତ୍ୱ ତୁଲାଇଥିଲେ । 
 ଏହି ଶିବିରରେ ମହାବିଦ୍ୟାଳୟର ୩୨ଜଣ ଛାତ୍ର ଛାତ୍ରୀ ସ୍ଵେଚ୍ଛାକୃତ ଭାବେ  ରକ୍ତଦାନ କରିଥିଲେ। ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି  ରକ୍ତଦାନ ଶିବିର ପରିଚାଳନା କରିବାରେ  ସହଯୋଗ କରିଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍

ads

Blog Archive

Popular Posts