ads

Breaking News

ଥୁଆପାଲି କପାବାରୀ ଖେଳପଡ଼ିଆରେ ଏକ ରନିଂଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ




ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲିର ଏଥେଲେଟିକ ଏସୋସିଏସନ ପକ୍ଷରୁ କପାବାରୀ ଖେଳପଡ଼ିଆ ଠାରେ ଏକ ରନିଂଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ଟୁଣ୍ଣାମେଣ୍ଟ ଟି ୨୭ତାରିଖରୂ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ପୂର୍ବତନ ବିଧାୟକ ତଥା ବର୍ତମାନର ବରଗଡ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇ ଉଦଘାଟିତ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିତୁ ଭୋଇ ଯୋଗ ଦେଇଥିଲେ।ଆଜିର ଖେଳରେ ଚାରିଟି ଦଳ ଅଂଶଗ୍ରହଣ କରିଥିଲେ।ଅମଲିପାଲି,ରୂପାପାଲି, ଭଏଁରୋପାଲି ଓ କରଡୁଲା। କରଡୁଲା ଦଳ ୧/୦ ଗୋଲ ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି।ଏହି ଖେଳକୁ ପରିଚାଳନା କରିଥିଲେ ଗୋପାଳ ନାୟକ, ବୃନ୍ଦାବନ ନାୟକ ଓ ବିଶିକେଶନ ପଧାନ।ଏଥେଲେଟିକ ଏସୋସିଏସନ ର ଜିତେନ୍ଦ୍ର ପୋଢ,ଉମେଶ ଅଗ୍ରୱାଲ,ଚିଟୁ ବାବୁ,ଶୁରୁ ବାଦୀ,ଧର୍ମ ରାଜ ପୋଢ,ଭୁଲା ଯୁଆଡି,ଟୁନୁ ଭୁଏ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ଭେଡେନରୁ ଭାଵନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍, ୨୮/୧୨/୨୦୨୦-----୧୦,୪୦

ads

Blog Archive

Popular Posts