ads

Breaking News

ବରକେରାରେ ସ୍ୱଚ୍ଛତା ପକ୍ଷ ପାଳିତ


ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଧା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମରେ କେନ୍ଦୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର, ଭୁବନେଶ୍ୱର ଆନୁକୂଲ୍ୟରେ ବରକେରାରେ ସ୍ୱଚ୍ଛତା ପକ୍ଷ ପାଳନ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ କେନ୍ଦୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଆଇଗଣିଆର ବରିଷ୍ଠ ବୈଜ୍ଞାନିକ ଡଃ. ପି ଶ୍ରୀନିବାସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱଚ୍ଛତା ନିଜ ଅନ୍ତରରୁ ହେବା ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅନୁଷ୍‌ଠିତ ସଭାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ସଭାରେ ଯୋଗ ଦେଇଥିବା ଅତିଥି ମାନେ ମାଲ୍ୟର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଠୀ ସଭାପତିତ୍ୱ କିରଥିବା ବେଳେ ମୁଖ୍ୟ ଅତିଥି ଭାବେ ଡଃ ଶ୍ରୀନିବାସନ , ମୁଖ୍ୟବକ୍ତା ଭାବେ ବୈଜ୍ଞାନିକସିଂହରାୟମାଝି, ସମ୍ମାନୀତ ଅତିଥି ଭାବେ ଆଇସିଏଆରର ମନୋଜ କୁମାର ପଟ୍ଟନାକୟ, ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ପରିବେଶ ପ୍ରେମି ତଥା ଶିକ୍ଷକ ମିଟୁ କିଶୋର ପ୍ରଧାନ, ମଞ୍ଜୁଲତା ପ୍ରଧାନ, ପର୍ଶୁରାମ ସାହୁ, ବିରଞ୍ଚି ନାରାୟଣ ବରାଳ, ସୁଧିର କୁମାର ଜେନା, ପୁରୁଷୋତ୍ତମ ନାୟକ, ବରକେରା ଗ୍ରାମର ଲେନିନ ପ୍ରଧାନ, ବିମ୍ବାଧର ପ୍ରଧାନ, ଗୋଲକ ବିହାରୀ ପ୍ରଧାନ, ଗୋଲଖ ବିହାରୀ ସାହୁ, ପ୍ରଭାତ ପରିଡା, ବେଣୁଧର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ସ୍ୱଚ୍ଛତା ଓ ବୃକ୍ଷ ରୋପଣ କରିଥିଲେ । ପରିବେଶ ସଚେତନତା ରାଲି ଏକ ଗ୍ରାମ୍ୟ ପରିକ୍ରମା କରିଥିଲେ । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୧/୧୨/୨୦୨୦---୯,୨୫

ads

Blog Archive

Popular Posts