ads

Breaking News

ବନ୍ଧୁକ ଲଗାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ବୁଲେଟ ମଟର ସାଇକେଲ


କଳାହାଣ୍ଡି : କୋକସରା ଥାନା ମୋଟେର ଫାଣ୍ଡି ମୋଟେର ଅଞ୍ଚଳର ଶିକ୍ଷକ ଯଯାତି ପାଟ୍ଟଯୋଶୀଙ୍କ ଘରୁ ମଧ୍ୟ ରାତ୍ରୀରେ ଦୁର୍ବୁତ୍ତ ମାନେ ଡକାୟତି କରିଥିବା ଖବର ମିଳିଛି। ଖବର ମୁତାବକ ଡକାୟତ ମାନେ ବନ୍ଧୁକ ଦେଖେଇ ପରିବାରର ସମସ୍ତଙ୍କୁ ଗୋଟିଏ ଘରେ ରଖିଥିଲେ । ଗଡ଼ରେଜ ଚାବି  ନେଇ ୪୦ ଭରି ସୁନାଗହଣା ସହ ବୁଲେଟ ଓ ଏଲଇଡି ଟିଭି ନେଇ ଚାଲିଯାଇଥିଲେ । ଡକାୟତ ମାନେ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୫ରୁ ୬ ଜଣ ମୁଖାପିନ୍ଧା ଡକାୟତ ମୋଟର ଜାତୀୟ ରାଜପଥ କଡ଼ ରେ ଥିବା ଯଯାତି ପାଟଯୋଶୀ ଙ୍କ ଘରେ ପଶି ବନ୍ଧୁକ ମୁନରେ ଭୟଭୀତ କରି ଲୁଟ କରିଥିଲେ । ଯିବା ବେଳକୁ ଗୋଟିଏ କୋଠରୀ ରେ ଘରର ସଦସ୍ୟଙ୍କୁ ତାଲା ମାରି ଫେରାର ହୋଇ ଯାଇଥିଲେ। ପରେ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ କୋକସରା ପୋଲିସ ମୋଟେର ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ ,୨୮/୧୨/୨୦୨୦--- ୪,୩୦

ads

Blog Archive

Popular Posts