ads

Breaking News

ରେଳବାଇ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ "ବାର୍ଷିକ ଉତ୍ସବ



ଜଟଣୀ --ରେଳବାଇ ବିଦ୍ୟାଳୟ ଖୋର୍ଦ୍ଧାରୋଡ଼ର ପୁରାତନ ଛାତ୍ର ସଂସଦର ଚଳିତ ବର୍ଷର ବାର୍ଷିକ ଉତ୍ସବ ୱେବନାର ମାଧ୍ୟମରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ କୋଭିଡ -19 ନିୟମ ଅନୁଯାଇ ଉତ୍ସବଟି ପାଳନ କରାଯାଇଥିଲା । ସଂସଦର ସଭାପତି ଡ଼. ସଞ୍ଜୟ ଦାସଙ୍କ ପୌରାହିତରେ ଅନୁଷ୍ଠିତ ସଭାରେ ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ, ପୂର୍ବତନ ଜିଲ୍ଲାପାଳ ପୁରୀ ଅଶ୍ୱନୀ ଦାସ, ଆଇଆଇଟି ଭୁବନେଶ୍ୱର ଡିନ ଡ଼. ରବୀନ୍ଦ୍ର କୁମାର ପଣ୍ଡା, ଅଶୋକ କୁମାର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଅଶୋକ ଦାସ, ବିଦ୍ୟାଳୟ ଅଧ୍ୟକ୍ଷ ସୁମନ ବକ୍ସଲ, ସୁକାନ୍ତି ମହାନ୍ତି, ଅରୁଣ ମହାନ୍ତି ,ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, କେ. ଏସ. ଆର. ରମେଶ, ପ୍ରଣତି ସ୍ୱାଇଁ, ଶିଶିର ପାଢ଼ୀ, ଶଙ୍କର ନାୟକ, ପ୍ରଶାନ୍ତ ମହାପାତ୍ର, ସଚ୍ଚିଦାନନ୍ଦ ରାଉତ, ନଳିନୀ ସ୍ୱାଇଁ, ଦିଲ୍ଲୀପ କୁମାର ପ୍ରାଣିଗ୍ରାହୀ, ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ଉନ୍ନତି ଓ ପିଲାମାନଙ୍କ ଶିକ୍ଷାର ବିକାଶ ଉପରେ ମତାମତ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ଡ଼. ତପନ ମିଶ୍ର, ବାର୍ଷିକ ବିବରଣୀ ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ରଂଜିତ ଦାସ, ସୁନୀଲ ପାଢ଼ୀ, ଏମ. ଡ଼ି. ଜାକିରୁଦ୍ଦିନ, ଏସ. କମଲେସ, ବାବୁ ପଟ୍ଟନାୟକ ଓ ପ୍ରଦୀପ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଉତ୍ସବରେ ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ପୁଷ୍ପା  ରଣା,+2 ରେ ଶ୍ରେଷ୍ଠସ୍ଥାନ ଅଧିକାର କରିଥିବା ସୋନାଲି ନାୟକ, ସିବିଏସଇ ବୋର୍ଡରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଭଦ୍ରେଶ୍ୱର ମୁଣ୍ଡାରୀ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବର୍ଷାରାଣୀ ଗୋଛାୟତ, ଶେଖର କୁମାର ପ୍ରଧାନ ଓ ଆଶୁତୋଷ ଦାଶଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନୁଷ୍ଠାନର ଉପସଭାପତି ସୁବ୍ରତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଜଟଣୀ -ରଙ୍ଗନାଥ ବେହେରା ,୨୨/୧୨/୨୦୨୦---- ୩,୪୫

ads

Blog Archive

Popular Posts