ads

Breaking News

ହରିରାଜପୁର ଭେଟରାନ କ୍ରିକେଟ ମ୍ୟାଚ; ଗ୍ରୀନ୍ ଇଲେଭେନ ଷ୍ଟାର ବିଜୟୀ


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର ଠାରେ ଥିବା ସୋମନାଥ ଷ୍ଫୋଟିଙ୍ଗ ଗ୍ରାଉଣ୍ଡ ପଡିଆରେ ଭେଟରାନ ମାନଙ୍କୁ ନେଇ ଏକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ପ୍ରଥମ ମ୍ୟାଚଟି ବ୍ଲୁ ଇଲେଭେନ ଷ୍ଟାର ଦଳ ସହିତ ଗ୍ରୀନ ଇଲେଭେନ ଷ୍ଟାର ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ବ୍ଲୁ ଇଲେଭେନ ଷ୍ଟାର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୭ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲେ । ତାର ଜବାବରେ ଗ୍ରୀନ ଇଲେଭେନ ଷ୍ଟାର ଦଳ ୧୯.୩ ବଲରେ ୮ଉଇକେଟ ହରାଇ ୧୫୯ ରନ ସଂଗ୍ରହ କରିଥିଲେ । ଏହି ମ୍ୟାଚଟିକୁ ଗ୍ରିନ୍ ଇଲେଭେନ ଷ୍ଟାର ୨ଉଇକେଟରେ ବିଜୟୀ ହୋଇଛନ୍ତି । ମ୍ୟାନ ଅଫ ଦି ମ୍ୟାଚ ଭାବେ ପ୍ରସନ୍ନ କୁମାର ପାତ୍ର ମନୋନୀତ ହୋଇଥିଲେ । ଦିପକ ସାଇରାମ ,ଲଲାଟ ଦଳବେହେରା,ପଙ୍କଜ ଜେନା ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ରାକେଶ ପ୍ରଧାନ ଓ ପ୍ରତାପ ବରାଳ ରହିଥିଲେ ।ଅତିଥିଭାବେ ଗୋପାଳ ପ୍ରସାଦ ପଟ୍ଟନାୟକ,ପ୍ରଦୀପ୍ତ କୁମାର ବେହେରା,ପ୍ରଦୀପ୍ତ କୁମାର ବଳିଆରସିଂହ,ରତ୍ନାକର ସାହୁ ଯୋଗ ଦେଇଥିଲେ ।



 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୧୨/୨୦୨୦--- ୭,୫୫

ads

Blog Archive

Popular Posts