ads

Breaking News

ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

 
ପୁରୀ -----ଚଳିତ ବର୍ଷ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି।କିଛି ଦିନ ହେବ ପୁରୀ ରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଛି।ଅନେକ ଗରିବ ଅସହାୟ ଲୋକ ଶୀତ ବସ୍ତ୍ର ଟିଏ କିଣି ନପାରି ଥଣ୍ଡାରେ ଥରୁଥିବାର ଦେଖିବାକୁ ମିଳୁଛି। ଏହିପରି ଅସମୟରେ ଅନେକ ନିରାଶ୍ରୟ ଙ୍କୁ ସହଯୋଗ ର ହାତ ବଢ଼ାଇ ଚାଲିଛି ପୁରୀ ର ସମର୍ପଣ ଚାରିଟେବୁଲ ଟ୍ରଷ୍ଟ। ଟ୍ରଷ୍ଟ ର ସଦସ୍ୟମାନେ ପ୍ରାୟ ଏକ ସପ୍ତାହ ହେବ ଅନେକ ଅସ୍ୟହାୟ ଲୋକ ଏବଂ ବୃଦ୍ଧଶ୍ରମ ରେ ନୂତନ ଶୀତବସ୍ତ୍ର ବଣ୍ଟନ କରି ଆସୁଛନ୍ତି।
ଆଜି ଟ୍ରଷ୍ଟ ତରଫରୁ ଖଣ୍ଡିଆବନ୍ଧ ସ୍ଥିତ ଅସ୍ତରାଗ ଜରା ନିବାସ ର ସମସ୍ତ ଅନ୍ତେବାସୀ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି।ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡ଼ଃ ଶୁଭେନ୍ଦୁ କୁମାର ମହାନ୍ତି, ସମାଜସେବୀ ସଂଘମିତ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ମହତ୍ କାର୍ଯ୍ୟ କୁ ପରିଚାଳନା କରିଥିଲେ ଟ୍ରଷ୍ଟ ର ଅଧ୍ୟକ୍ଷ ବ୍ରଜକିଶୋର ସାହୁ, ଲୋକନାଥ ମହାନ୍ତି ଏବଂ ସତ୍ୟନାରାୟଣ ସାହୁ। ପୁରୀ ରୁ ଧୀରେନ୍ଦ୍ର ସେନାପତି, ୨୬/୧୨/୨୦୨୦-----୬,୪୦

ads

Blog Archive

Popular Posts