ads

Breaking News

ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ରାଷ୍ଟ୍ରିୟ ସ୍ୱଂୟ ସେବକ ସଂଘ ଡେଲାଙ୍ଗ ଖଣ୍ଡ ର ପ୍ରସ୍ତୁତୀ ବୈଠକ


 ଡେଲାଙ୍ଗ ------  ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ଘୋରଡିଆସ୍ଥିତ ଶ୍ରୀ ଶ୍ରୀ ରାଧାମୋହନ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆରଏସ୍‌ଏସ୍ ଡେଲାଙ୍ଗ ଖଣ୍ଡର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ଇତିହାସ ସଂକଳନ କ୍ଷେତ୍ରୀୟ ସଂଗଠନ ସଚିବ ତଥା ପୁରୀ ଜିଲ୍ଲାପାଳକ କମଳେଶ ଦାସ ଏବଂ ପୁରୀ ଜିଲ୍ଲା ମହାବିଦ୍ୟାଳୟ ଶାଖା ପ୍ରମୁଖ ପ୍ରଭାତ କୁମାର ମହାପାତ୍ରଙ୍କ ସମେତ ଡେଲାଙ୍ଗ ଖଣ୍ଡର ସମସ୍ତ ୨୧ଟି ପଞ୍ଚାୟତର ସ୍ୱୟଂସେବକ ମାନେ ଯୋଗଦେଇ ଭବ୍ୟ ରାମଲାଲାଙ୍କ ମନ୍ଦିର ନିର୍ମାଣ ପ୍ରସ୍ତୁତି ବୈଠକରେ ଅଂଶଗ୍ରହଣ କରିଥିଲେ । ପ୍ରତି ୫ଗୋଟି ପଞ୍ଚାୟତକୁ ନେଇ ୫ଟି ମଣ୍ଡଳ ଏବଂ ପ୍ରତି ମଣ୍ଡଳରେ ୫ଟି ଲେଖାଏଁ ଟୋଲି ଗଠନ କରାଯାଇଥିଲା । “ଟୋଲିର ପ୍ରମୁଖ, ହିସାବରକ୍ଷକ, ଜମାକର୍ତା ସ୍ଥିର କରାଯାଇ ସେମାନଙ୍କର ନାମ ପୁରୀ ଜିଲ୍ଲାପାଳକଙ୍କୁ ପ୍ରଦାନ କରାଯାଇଥିଲା । ଡେଲାଙ୍ଗ ଖଣ୍ଡର ଶ୍ରୀରାମ ମନ୍ଦିର ନିର୍ମାଣ ସମିତିର ଅଭିଯାନ ପ୍ରମୁଖ ଭାବେ ଶ୍ରୀମାନ କିଶୋର ପ୍ରଧାନ ଏବଂ ସହ ପ୍ରମୁଖ ଭାବେ ଶ୍ରୀନିବାସ ପାତ୍ରଙ୍କୁ ମନୋନୀତ କରାଯାଇଥିଲା । ପ୍ରତ୍ୟେକ ଗ୍ରାମରେ ଜଣେ ଜଣେ ସ୍ୱୟଂସେବକ ରହି ପଞ୍ଚାୟତ ଟୋଲି ଗଠନ କରି ଦାନ ସଂଗ୍ରହ କରିବେ । ଏହି ଟୋଲି ଗଠନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଦାନ ସଂଗ୍ରହ କରିବା । ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣରେ ଦେଶର ସମସ୍ତ ନାଗରିକ କିଛି କିଛି ନିଜସ୍ୱ ପାଣ୍ଠିରୁ ଦେବା ପାଇଁ ଚାହାନ୍ତି । ଏହି ଦାନ ସଂଗ୍ରହ ନିର୍ଦ୍ଧାରିତ କୁପନ ଶ୍ରୀରାମ ମନ୍ଦିର ଟ୍ରଷ୍ଟ ଅଯୋଧ୍ୟାରୁ ବିଶେଷ ଭାବେ ଛପାଯାଇ ପ୍ରତ୍ୟେକ ଟୋଲି ପ୍ରମୁଖଙ୍କୁ ପ୍ରଦାନ କରାଯିବ । ଏହା ମାଧ୍ୟମରେ ଦାନ ସଂଗ୍ରହ ହୋଇ ନିର୍ଦ୍ଦିଷ୍ଟ ଜମାକାରୀଙ୍କ ମାଧ୍ୟମରେ ଷ୍ଟେଟବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଶ୍ରୀରାମ ମନ୍ଦିର ଟ୍ରଷ୍ଟ୍ ନାମରେ ସ୍ୱତନ୍ତ୍ର କାଉଣ୍ଟରରେ ଜମା କରାଯିବ । କୁପନ୍‌ର ମୂଲ୍ୟ ୧୦,୧୦୦,୧ହଜାରଟଙ୍କା ଥିବା ବେଳେ ଅଧିକ ଦାନ କରିବାକୁ ଚାହୁଁଥିବା ବ୍ୟକ୍ତି ଚେକ୍ ମାଧ୍ୟମରେ ଦାନ କରିପାରିବେ । ଏହି ଦାନ ରାଶି ଦାନ ଦେଇଥିବା ବ୍ୟକ୍ତିଙ୍କ ଆୟକର ରିହାତି କାର୍ଯ୍ୟରେ ଲାଗିପାରିବ । ଉକ୍ତ ଦାନ କାର୍ଯ୍ୟକ୍ରମ ଜାନୁଆରୀ ୧୫ତାରିଖରୁ ଜାନୁଆରୀ ୩୦ତାରିଖ ର୍ପ୍ୟନ୍ତ ମାତ୍ର ୧୫ଦିନ ପାଇଁ ସଂଗ୍ରହ କରାଯିବ । ପ୍ରତ୍ୟେକ ବ୍ୟକ୍ତି ନିଜର ସାଧ୍ୟ ଅନୁସାରେ ଦାନ କରି ଶ୍ରୀରାମ ମନ୍ଦିର ଗଠନରେ ସହାୟକ ହେବା ସହ ରାଷ୍ଟ୍ର ନିର୍ମାଣରେ ସହାୟକ ହେବ ବୋଲି ଡେଲାଙ୍ଗ ଖଣ୍ଡ କାର୍ଯ୍ୟବାହ  ମନୋରଞ୍ଜନ ପାଇକରାୟ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୧୨/୨୦୨୦, ----୮,୦୫


ads

Blog Archive

Popular Posts