ads

Breaking News

ଆବାସ ଯୋଜନା ଘର ତୁରନ୍ତ ଶେଷ କରିବା ପାଇଁ ଡାକବାଜି ଦ୍ୱାରା ଚେତାବନୀ ଦେଲା ବ୍ଳକ ପ୍ରଶାସନ


 ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ଆବାସ ଯୋଜନା ଗୃହ କାର୍ଯ୍ୟ ଶେଷ କରିବା ପାଇଁ ସମୟସୀମା ଜାରି କରାଯାଇଛି ।  ପୁରୀ ଜିଲ୍ଲାପାଳ ବଳୱାନ୍ତ ସିଂହଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା ସଚେତନତା ରଥକୁ ଉଦଘାଟନ କରିଥିଲେ । ଡାକବାଜି ଦ୍ୱାରା ବିଭିନ୍ନ ଗ୍ରାମ ପଞ୍ଚାୟତ ଏହି ରଥ ବୁଲି ଇନ୍ଧିରା ଆବାସ, ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ମାନେ ଆସନ୍ତା ୨୦୨୧ ଜାନୁଆରି ୧୦ ତାରିଖ ମଧ୍ୟରେ ଘର କାର୍ଯ୍ୟ ଶେଷ କରିବା ପାଇଁ ଡାକବାଜି ଦ୍ୱାରା ହିତାଧିକାରୀ ମାନଙ୍କୁ ଜଣାଇ ଦିଆଯାଇଛି । ଯେଉଁମାନେ ଏଥିପ୍ରତି ଗୁରୁତ୍ୱ ଦେବେ ନାହିଁ ବା ଆବାସ ଯୋଜନା କାର୍ଯ୍ୟ କରିବେ ନାହିଁ ସେମାନଙ୍କ ବିରୁଦ୍ଧରେ ଓପିଡିଆର ଆଇନ ୧୯୬୨ ଅନୁଯାୟୀ ସାର୍ଟିଫିକେଟ କେଶ କରାଯିବା  । ଏବଂ ସେମାନଙ୍କ ଠାରୁ ଆବାସଯୋଜନା କାର୍ଯ୍ୟ କରିବା ପାଇଁ ଦିଆଯାଇଥିବା ଅର୍ଥ ଓ ସୁଧ ଆଦାୟ କରାଯିବାସହ ସରକାରଙ୍କ ାଂରୁ ପାଉଥିବା ରାଶନ, ଭର୍ତ୍ତାରୁ ବଞ୍ଚିତ କରାଯିବ ବୋଲି ବିଡିଓ ଶ୍ରୀ ବେହେରା କହିଛନ୍ତି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧୨/୨୦୨୦----୮,୫୦

ads

Blog Archive

Popular Posts