ads

Breaking News

କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ , ଦୁଇ ଗିରଫ


 ଫୁଲବାଣୀ---- କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲା ଅବକାରୀ ଅଧ୍ୟକ୍ଷା ମଧୁସ୍ମିତା ନାୟକ ଙ୍କ ନିର୍ଦେଶ କ୍ରମେ ଅବକାରୀ ବିଭାଗ ଟିମ ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ସାଡିଙ୍ଗିଆ ରାସ୍ତାରେ ପ୍ରାଟୋଲିଙ୍ଗି କରୁଥିଲେ ।  କାଳିପଙ୍ଗା ବସ ଷ୍ଟାଣ୍ଡ ଠାରେ ଦୁଇ ଜଣ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା ସନ୍ଦେହ କରି ସେମାନଙ୍କୁ ପଚାର ଉଚରା  କରିଥିଲେ । ସେହି ଦୁଇ ବ୍ୟକ୍ତିଙ୍କ ଠାରୁ ଅବକାରୀ ଟିମ ୨୧କେଜି ୭୨୫ ଗ୍ରାମ ଥିବା ଗୋଟିଏ ଗଞ୍ଜେଇ ବସ୍ତା ଜବତ କରିବାାେ ସଫଳ ହୋଇଛନ୍ତି । ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଳିପଙ୍ଗା ର ପାଇକ ସାହୁ ଓ ପଳାସ ପଦର ଗ୍ରାମର ବିଦୁର ନାୟକ ଦୁଇ ଜଣ ବେଆଇନ ଗଞ୍ଜେଇ ଚାଲାଣ କାରି ଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଅବକାରୀ ବିଭାଗ ପକ୍ଷରୁ କେସ ନଂ ୦୭/୨୦୨୦ ବେଆଇନ ଗଞ୍ଜେଇ ଚାଲାଣ ଜନିତ ଦଫା ଲଗାଇ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଦ୍ୱୟ ଙ୍କୁ ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିବା ଫୁଲବାଣୀ ସଦର ଅବକାରୀ ଇନିସପେକ୍ଟର ଅଜୟ କୁମାର ବେହେରା ଗଣମାଧ୍ୟମ କୁ ସୂଚନା ଦେଇଥିଲେ ।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ , ୨୫/୧୨/୨୦୨୦----- ୬,୧୦

ads

Blog Archive

Popular Posts