ads

Breaking News

ଡେଲାଙ୍ଗରେ ବିଜେଡି ପ୍ରତିଷ୍ଠା ଦିବସରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ


 ଡେଲାଙ୍ଗ------ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଡେଲାଙ୍ଗ ବ୍ଳକ ବିଜୁ ଜନତା ଦଳ ତରଫରୁ ପାଳିତ ହୋଇଯାଇଛି ।  ଡେଲାଙ୍ଗ ହାଟ ବଜାର ଛକରେ ପ୍ରତିଷ୍ଠିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଧୁପ, ଦୀପ ଦେଇ ବିଜୁବାବୁଙ୍କ ଗୁନଗାନ କରିବା ସହ ତାଙ୍କର ସୁପତ୍ର ବିଜେଡି ଦଳର ସୁପ୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ସମ୍ପର୍କରେ ଆଲେଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ତଥା  ବିଜେଡି ଦଳର ଜିଲ୍ଲା ସମ୍ପାଦକ ପ୍ରସନ୍ନ ସାହୁ, ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତରପୂର୍ବତନ ସରପଞ୍ଚ ଲୋକନାଥ ବେହେରା, ନବଘନ ପ୍ରଧାନ, ସୁଜନପୁର ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ବିପିନ ବିହାରୀ ନରେନ୍ଦ୍ର, ସାମାଜିକ କର୍ମୀ ନିରଞ୍ଜନ ମହାନ୍ତି, କାଶୀନାଥ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୧୨/୨୦୨୦, ----୮,୦୫

ads

Blog Archive

Popular Posts