ads

Breaking News

ଜାତୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ୬ ଦଫା ଦାବୀ ନେଇ ସତ୍ୟବାଦୀ ଠାରୁ ପଦଯାତ୍ରା ଆରମ୍ଭ


 ସାକ୍ଷୀଗୋପାଳ ---- ଜାତୀୟ ଦଳିତ ଆଦିବାସୀ ମହାସଂଘ ନୂଆଦିଲ୍ଲୀ , ଓଡିଶା ଶାଖା ତରଫରୁ ୬ ଦଫା ଦାବୀ ନେଇ ସତ୍ୟବାଦୀ ବସଷ୍ଠାଣ୍ଡ ଠାରୁ ପୁରୀ ଏସପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶତାଧିକ ମହିଳା ପରୁଷ ପଦଯାତ୍ରା କରିଛନ୍ତି । ପୁରୀ ଏସପିଙ୍କ ଜରିଆରେ ଏହି ସ୍ମାରକ ପତ୍ର ପୋଲିସ ମହାନିର୍ଦ୍ଦେଶକ, କଟକଙ୍କ ପାଖକୁ ପଠାଯାଇଛି । ଦାବୀ ମଧ୍ୟରେ ଗଡିଶାଗଦା ଥାନା ଅଞ୍ଚଳରେ ବଣିକୁଦ ଗ୍ରାମର ଅନୁସୂଚିତ ଜାତିର ଜଣେ ଝିଅକୁ ମିଥ୍ୟା ପ୍ରତିଶ୍ୟତି ଦେଇ ଦୁଷ୍କମ କରିଥିବା ଓ ମାଡ ମାରିଥିବା ସହଯୋୀ ମାନଙ୍କୁ ୭୨ ଘଣ୍ଟା ମଧ୍ୟରେ ଗିରଫ । ସତ୍ୟବାଦୀ ଥାନା ବଡକାଞ୍ଜିଆ ଗ୍ରାମର ସୁରେନ୍ଦ୍ର ବେହେରାଙ୍କୁ ଗୁଳି କରି ହତ୍ୟା କରିଥିବା ଆସାମୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ । ସଦରଥାନା ୪ର୍ଥଶହ ଗ୍ରାମର ରମେଶ ନାୟକଙ୍କ ଘର ପୋଡି ଦେବା ସହ ପରିବାରଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କୁ ୭୨ ଘଣ୍ଟା ମଧ୍ୟରେ ଗିରଫ, ଗୋକୁଳପୁର ଗ୍ରାମର ନବି ଭୋଇ ପରିବାର ଉପରେ ଆକ୍ରମଣ ଘଟଣାରେ ଆସାମୀ ମାନଙ୍କୁ ଗିରଫ ସହିତ ୨୪ ଘଣ୍ଟା ମଧ୍ୟରେ ଏତଲା କପି ଦିଆଯାଉ । କଢ଼ିମଲ୍ଲ ଗ୍ରାମରପାର୍ବତୀ ଭୋଇ ଓ ପ୍ରକାଶ ଭୋଇଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯିବା ସହ ନ୍ୟାୟ ଦେବାରେ ଜାଣିଶୁଣି ଖଲାପ କରିଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ ହରିଜନ ଦଫା ଲଗାଇ ମାମଲା ରୁଜ କରିବା ପାଇଁ ସଂଘ ପକ୍ଷରୁ ଦାବୀ କରାଯାଇଛି । ଏହି ପଦଯାତ୍ରା କାର୍ଯ୍ୟକ୍ରମକୁ ସଂଗଠନରପୁରୀ ଜିଲ୍ଲା ସଭାପତି ଜୟଦେବ ବେହେରା ନେତୃତ୍ୱ ନେଇଥିବା ବେଳେ ରାଜ୍ୟ ସଭାପତି ଲିଟୁ ଦାସ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପୀତବାସ ନାୟକ, ଉପସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ, ରାଜ୍ୟ ସମ୍ପାଦକ ଜଗନ୍ନାଥ ଭୋଇ, ମହିଳା ସମ୍ପାଦିକା ଟିକିନା ପରିଡା, ଜିଲ୍ଲା ସଭାନେତ୍ରୀ ସୁଷମା ବେହେରା, ଜିଲ୍ଲା ସମ୍ପାଦିକା ମିନତୀ ବେହେରା, ପିପିଲି ବ୍ଳକ ସଭାପତି ରମେଶ ବେହେରା, କବିତା ବେହେରା, ସନାତନ ବେହେରା, ଯୁଧିଷ୍ଠିର ବେହେରା, କୁନ୍ଦନ ନାୟକ, ବଳରାମ ସୁନ୍ଦରା ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇ ପୋଲିସ ବିରୁଦ୍ଧରେ ନାରାବାଜି ଦେଇ ପଦଯାତ୍ରା କରିଥିଲେ  ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୨/୨୦୨୦---୭,୪୫

ads

Blog Archive

Popular Posts