ads

Breaking News

ମହତାବ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ


ଡେଲାଙ୍ଗ ------- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମହତାବ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର  ମାନଙ୍କ ତରଫରୁ ମୋ ସ୍କୁଲ ଅଭିଯାନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବେନ୍ଦ୍ର ମଲିକଙ୍କ ସଭାପତିତ୍ୱ କରିଥିଲେ ।  ଶାରିରୀକ ଶିକ୍ଷା ଶିକ୍ଷକ ନଟବର ସେଠୀ ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ନିବେଦିତା ତ୍ରିପାଠୀ,କାଦମ୍ବିନି ଦାସ,ଶିକ୍ଷକ ହରିଶ୍ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ସରକାରଙ୍କ ମୋସ୍କୁଲ ଅଭିଯାନ ସମ୍ପର୍କରେ ବିଦ୍ୟାଳୟର ଉନ୍ନତୀ ପାଇଁ ସାମୟିକ ସୁଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଭାସ୍କର ଚନ୍ଦ୍ର ସ୍ୱାଇଁ  ଙ୍କୁ ନୁତନ ଛାତ୍ର ସଂଗଠନର ସଭାପତିର ଦାୟିତ୍ୱ ପ୍ରଦାନ କରାଯିବା ସହିତ ମୋ ସ୍କୁଲ ଅଭିଯାନର ଦାୟିତ୍ୱ ପ୍ରଦାନ କରାଯାଇଛି ।ପୁରାତନ ଛାତ୍ର ଅକ୍ଷୟ କୁମାର ସାହୁ ପ୍ରସ୍ଥାବକ ଦେଇଥିବା ବେଳେ ସରୋଜ କୁମାର ପାହାନ୍ତା ସିଂହ ସମର୍ଥନ ଜଣାଇଛନ୍ତି ।ଏଥିରେ ୨୦ ଜଣ  ଛାତ୍ର ଯୋଗଦେଇଥିଲେ । ଶେଷରେ ପୁରାତନଛାତ୍ର ତଥା ମୁନିନ୍ଦା ଗ୍ରାମ ପଞ୍ଚାୟତ ସମିତିସଭ୍ୟ ଦୃର୍ଗାଚରଣ ରାଉତରାୟ ଏହି କାର୍ଯ୍ୟକ୍ରମରେ ଧନ୍ୟବାଦ ଦେଇଥିଲେ ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୧/୧୨/୨୦୨୦----୧୦,୦୫


ads

Blog Archive

Popular Posts