ads

Breaking News

ସତ୍ୟବାଦୀ ପଞ୍ଚାୟତ ସମିତିର ସପ୍ତମ ବୈଠକ; ବୈଠକ ଅଧାରେ ଗଣପ୍ରତିନିଧି ମାନଙ୍କୁ ବାହାରିଯିବାକୁ ବିଧାୟକ କହିଲେ


  ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପଞ୍ଚାୟତ ସମିତି ସଭାଗୃହ ପରିସରରେ ବୁଧବାର ଅପରାହ୍ନରେ ସପ୍ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବୈଠକ ଅଧାରେ ଯୋଗ ଦେଇଥିବା ଗଣ ପ୍ରତିନିଧି ମାନଙ୍କୁ  ବାହାରି ଯିବାକୁ ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ । ବୈଠକରେ କେତେକ କଥା ପଦାରେ ପଡିଯିବ ଭାବି ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ । ପରେ ପରେ ବିଧାୟକ କହିଥିଲେ ଆମେ ଅଲଗା କଥା ହେବୁ ଏଣୁ ଆପଣମାନେ ବାହାରେ ଅପେକ୍ଷା କରନ୍ତୁ  ବୋଲି କହିଥିଲେ । ସୁଚନା ଯୋଗ୍ୟଯେ ପୂର୍ବ ଅଧିବେଶନ ପାଠ କରାଯିବା  ମାତ୍ରେ ଦୁଗଲ ସରପଞ୍ଚ ପ୍ରକାଶ ଖଟେଇ ବିବରଣିରେ ସ୍ଥାନ ପାଇଥିବା କେତେକ ପ୍ରକଳ୍ପକୁ ବିରୋଧ କରିଥିଲେ । ସେଥିରେ ବିଧାୟକ ଉମାକାନ୍ତ ସମାନ୍ତରାୟ ହସ୍ତକ୍ଷେପ କରିବା ପରେ ସରପଞ୍ଚ ମାନେ ଚୁପ ହୋଇ ରହିଥିଲେ । ବୈଠକ ଆରମ୍ଭରୁ ପ୍ରଭୁ ଜଗନ୍ନାଥଙ୍କ ପଟୋଚିତ୍ରରେ ମାଲ୍ୟର୍ପଣ ଧ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବିଡିଓ କ୍ଷୀରୋଦ କୁମାର ବେହେରା ବୈଠକ ପରିଚାଳନା କରିଥିଲେ । ଅତିଥି ଭାବେ ସତ୍ୟବାଦୀ ବିଧାୟକ ଶ୍ରୀ ସାମନ୍ତରାୟ ଯୋଗ ଦେଇଥିବା ବେଳେ ସାଂସଦଙ୍କ ପ୍ରତିନିଧି ବିଜନ ମହାପାତ୍ର, ଜିଲ୍ଲାପ ରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ବ୍ଳକ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା ଯୋଗ ଦେଇଥିଲେ । ଜିପିଓ ଦାୟତ୍ୱରେ ଥିବା ପି.ଏ ସୈଭାଗ୍ୟ କର ପୂର୍ବ ବୈଠକର ବିବରଣୀ ପାଠକରିଥିଲେ । ବୈଠକ ରେ ବିଶେଷ କରି ଅଙ୍ଗନୱାଡି ଘର ପ୍ରତି ବିଧାୟକ ଗୁରୁତ୍ୱ ଦେବା ସହ କାହିଁକି କାମ ହୋଇନାହିଁ ସେ ସମ୍ପର୍କରେ ପଚାରି ବୁଝିବା ସହ ବ୍ଳକର ସହକାରୀ ଯନ୍ତ୍ରୀ ଭାସ୍କର ପ୍ରସାଦ ଶତପଥୀଙ୍କୁ କାର୍ଯ୍ୟ କହିିଁକି କରାଯାଉ ନାହିଁ ଏବଂ କାମ ସରିବା ପରେ ବିଲ କାହିଁକି କରାଯାଉ ନାହିଁ ବୋଲି ପଚାରିଥିଲେ । ମାତ୍ର ସଠିକ ଉତ୍ତର ନ ପାଇବାରୁ ବିରକ୍ତି ପ୍ରକାଶ କରିଥିଲେ । ଏପରିକି କେତେକ ପ୍ରକଳ୍ପ କାର୍ଯ୍ୟ ସରିଥିଲେ ମଧ୍ୟ ଦୁଇ ବର୍ଷ ହେବ ବିଲ ହୋଉନାହିଁ ବୋଲି ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଅଭିଯୋଗ କରିଥିଲେ । ସତ୍ୟବାଦୀ ବ୍ଳକରେ ୧୬ ଗୋଟି ସମବାୟ ସମିତି ଜରିଆରେ ଚାଷୀ ମାନଙ୍କ ଠାରୁ ଧାନ କିଣାଯିବ ବୋଲି ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ ତଥା ବ୍ଳକ ସମବାୟ ସମିତି ସମ୍ପସାରଣ ଅଧିକାରୀ କମଳ କୁମାର ଅଚାର୍ଯ୍ୟ ଗୃହରେ ମତ ପ୍ରକାଶ କରିଥିଲେ । ସିଡିପିଓ ପ୍ରେମବାଳା ତ୍ରିପାଠୀ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଅଙ୍ଗନୱାଡି ଘର ପାଇଁ ଟଙ୍କା ଆସିଥିଲେ ମଧ୍ୟ ଘର କାମ ହୋଇ ପାରୁନାହିଁ ବୋଲି ଗୃହରେ ପ୍ରକାଶ କରିଥିଲେ । ଯାହାକୁ ନେଇ ବିଧାୟକ ବିରକ୍ତି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କଡାନିର୍ଦ୍ଦେଶ ରହିଛି ତୁରନ୍ତ ଅଙ୍ଗନୱାଡି ଘର ଶେଷ କରିବାକୁ ସେ କହିଥିଲେ । ବିଦ୍ୟାଳୟ ପରିସରରେ ଯେଉଁ ଶିକ୍ଷକ ମାନେ ଅଙ୍ଗନୱାଡି କେନ୍ଦ୍ରର ଘର ତୋଲିବାକୁ ବିରୋଧ କରୁଛନ୍ତି ସେମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ତହସିଲଦାର, ଥାନା, ଜଙ୍ଘଲ ବିଭାଗ, ଅବକାରୀବିଭାଗ, ସ୍ୱାସ୍ଥ୍ୟ , ଡ୍ରେନେଜ, ପୂର୍ତ୍ତ ବିଭାଗ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ବୈଠକରେ ଅନୁପସ୍ଥିତରହିଥିବା ସମ୍ପର୍କରେ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା ବିଧାୟକଙ୍କ ନଜରକୁ ଆଣିଥିଲେ । ସେହିପରି ଶୁକଳ ସମିତିସଭ୍ୟ, ଜଳନ୍ଦର ସେଠୀ, ନରେନ୍ଦ୍ରପୁର ସମିତସଭ୍ୟ ପ୍ରଶାନ୍ତ ମହାପାତ୍ର , ମଧୁବନ, ସାଣ୍ଢରା, ଦୁଗଲ, ନୂଆସୋମେଶ୍ୱରପୁର  ଆଦି ସରପଞ୍ଚ , ସମିତିସଭ୍ୟ ସଭ୍ୟା ମାନେ ଆଲେଚନାରେ ଅଂଶଗ୍ରହଣ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୧୨/୨୦୨୦, ୮,୪୦


ads

Blog Archive

Popular Posts