ads

Breaking News

ସ୍ଥାୟୀ ନିଯୁକ୍ତି ଦାବିରେ ସ୍ୱାସ୍ଥ୍ୟ କର୍ମୀଙ୍କ ବିକ୍ଷୋଭ

 

ଭୁବନେଶ୍ୱର---  ସ୍ଥାୟୀ ନିଯୁକ୍ତି ଦାବିରେ  ସ୍ୱାସ୍ଥ୍ୟ କର୍ମୀ ଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ପ୍ରତିବାଦ କରାଯାଇଛି। ସୂଚନା ଯୋଗ୍ୟ କରନା ଭଳି ବିପଦ ସମୟରେ  ସରକାର ସ୍ୱାସ୍ଥ୍ୟ କର୍ମୀ ଙ୍କୁ ନିଯୁକ୍ତି ଦେଇଥିଲେ । ଏବେ କରନା କମିଯିବାରୁ ଏମାନେ ଅଲୋଡ଼ା ହୋଇପଡିଛନ୍ତି। ଫଳରେ ସରକାର ଏମାନଙ୍କୁ  ଛଟେଇ କରି ଦେଇଛନ୍ତି। ସେମାନେ ଯେତେବେଳେ ଲୋକମାନଙ୍କର  ସେବା ରେ ଲାଗିଥିଲେ ସେତେବେଳେ ଏମାନଙ୍କୁ  କରୋନା ଯୋଦ୍ଧା କହିଲେ ।କିନ୍ତୁ ଆଜି ଯେତେବେଳେ କରୋନା ନାହଁ ଆମକୁ ଛଟେଇ କରି ଦେଉଛନ୍ତି ବୋଲି ସ୍ୱାସ୍ଥ୍ୟ କର୍ମୀ ଦାବି କରିଛନ୍ତି।ସେହିପରି  କମ ପଇସାରେ ହେଉ ମଧ୍ୟ୍ୟ ଆମକୁ କାମ ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟ କର୍ମୀ ସରକାରଙ୍କୁ ଅନୁରୋଧ କରିଛନ୍ତି। ଧୀରେନ୍ଦ୍ର ସେନାପତି ୩/୧୨/୨୦୨୦, _---୮.୦୫

ads

Blog Archive

Popular Posts