ads

Breaking News

ଆଦର୍ଶ ଶିକ୍ଷକଙ୍କ ସ୍ମୁତି ଚାରଣ ସଭା


 ଡେଲାଙ୍ଗ------ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରେଞ୍ଚ ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ନକୁଳ ଚରଣ ପରିଡାଙ୍କ ଏକାଦଶାହରେଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସ୍ମୃତି ସଭାରେ ଶିକ୍ଷାବିତ୍ ଗୁରୁ ଚରଣ ବଳ ସଭାପତିତ୍ୱ କରିଥିଲେ । ପିପିଲି ଡେଲାଙ୍ଗ ରୁ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ଦାଶ,ପିତବାସ ମହାନ୍ତି,ରାଜ କିଶୋର ପ୍ରଧାନ,ଏବିଇଓ ଯୁଧିଷ୍ଠିର ପରିଡା,ଶିକ୍ଷକ ନିରଞ୍ଜନ ମହାରଣା,ରମେଶ ଚନ୍ଦ୍ର ପ୍ରଧାନ,ଅଭୟ ଚରଣ ସାହୁ,ଦିଲ୍ଲିପ ନାୟକ.ଚିନ୍ତାମଣି ସ୍ୱାଇଁ ,ପୁର୍ଣ୍ଣଚନ୍ଦ୍ର ସାହୁ,ବ୍ୟାଙ୍କ ମ୍ୟାନଜର ନିତ୍ୟାନନ୍ଦ ସ୍ୱାଇଁ,ଦାଶରଥି ନାୟକ,ବୁଦ୍ଧିଜୀବି  ରାଜକିଶୋର ପରିଡା,ଶ୍ରୀନିବାସ ନାୟକ,କାଳନ୍ଦୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।  ସ୍ୱର୍ଗତ ପରିଡାଙ୍କ ଶିକ୍ଷକତାରେ ଦକ୍ଷତା ଓ ଆଦର୍ଶତା,ଛାତ୍ରବତ୍ସଳତା, ନିଷ୍ଠାପର ଓ ସୁବ୍ୟକ୍ତିତ୍ୱ ଅଞ୍ଚଳ ପ୍ରତି ଥିବା ଅତୁଳନୀୟ ଅବଦାନ ଓ ୩୫ ବର୍ଷ ଶିକ୍ଷକତା ଜୀବନ ଉପରେ ଆଲୋକପାତ କରିଥିଲେ ।  ସ୍ୱଗତ ଶ୍ରୀ ପରିଡାଙ୍କ ଅମର ଆତ୍ମାର ସଦ୍‌ଗତି ସ୍ମୃତି ଚାରଣ ସଭାରେ କାମନା କରାଯାଇଥିଲା । ଶିକ୍ଷକ ଅଭୟ ସାହୁ  ଓ  ରମେଶ ପ୍ରଧାନ ସ୍ମୃତି ଚାରଣ ସଭା ପରିଚାଳନା କରିଥିବା ବେଳେ ନିରଞ୍ଜନ ପରିଡା ଓ ତ୍ରିଲୋଚନ  ମହାରଣା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୧୨/୨୦୨୦--୭,୪୫

ads

Blog Archive

Popular Posts