୨୦୨୦-୨୦୨୧ ଖରିଫ ଧାନ କିଣା ପାଇଁ ଇ- ପାସ ମାଧ୍ୟମରେ ସମବାୟ ସମିତି ସମ୍ପାଦକ ଓ ଡାଟାଏଣ୍ଟି ମାନଙ୍କୁ ତାଲିମ
ସାକ୍ଷୀଗୋପାଳ -----) ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଗୁରୁବାର ଦିନ ଡେଲାଙ୍ଗ ବ୍ଳକର ୨୨ ଗୋଟି ଓ କଣାସ ବ୍ଳକର ୧୮ଗୋଟି ସମବାୟ ସମିତିର ସମ୍ପାଦକ ଓ ଡାଟାଏଣ୍ଟି ମାନଙ୍କୁ ଇ-ପାସ ମାଧ୍ୟମରେ ୨୦୨୦-୨୦୨୧ ଖରିଫ ଧାନ କିଣା ପାଇଁ ଏକ ତାଲିମ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନ ଅନୁଯାୟୀ ଦୁଇଟି ପର୍ଯ୍ୟାୟରେ ଏହା କରାଯାଇଥିଲା । ପ୍ରଥମେ ଡେଲାଙ୍ଗ ପରେ କଣାସ ସମବାୟ ସମିତିର ସମ୍ପାଦକ ଓ ଡାଟାଏଣ୍ଟ୍ରି ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ ତାଲିମ ଶିବିର ସମ୍ପର୍କରେ ପ୍ରାରମ୍ଭିକ ସୁଚନା ରଖିଥଲେ । ସହକାରୀ ଯୋଗାଣ ଅଧିକାରିଣି ଅନିତା ମହାପାତ୍ର, ଉପସହ ସମବାୟ ଅଧିକାରୀ ସତ୍ୟଶଙ୍କର ମହାନ୍ତି, ଏଆରସିଏସ ପ୍ରକାଶ ସେଠୀ, ପି-ପାସ ଡାଟାଏଣ୍ଟ୍ରି ଟ୍ରେନର ସୁଦର୍ଶନ ପତି ଯୋଗ ଦେଇ ରାଜ୍ୟ ସରକାରଙ୍କର ଧାନ କିଣା ସମୟରେ କରାଯାଇଥିବା ନିୟମ ସମ୍ପର୍କରେ ମତ ରଖିଥଲେ । ଧାନ ମଣ୍ଡି ସ୍ଥାନରେ ପାଲ , ଓଜନ ମେସିନ , ଧାନର ମାନଗୁଣ ପରୀକ୍ଷା ଯନ୍ତ୍ର ସହିତ ସମସ୍ତ ଉପକରଣ ରଖିବେ ବୋଲି ଏହି ତାଲିମରେ କୁହାଯାଇଛି । ଚାଷୀ ଯଦି ଧାନ ବିକ୍ରୟ ନ କରି ପାରେ ବା କୌଣସି ଅସୁବିଧା ସୃଷ୍ଟି ହେବ ସେଥିପାଇଁ ସମବାୟ ସମିତିର ସମ୍ପାଦକ ଦାୟୀ ରହିବେ । ଯେଉଁ ମାନଙ୍କର ଆଇସ୍କାନ ହେବ ନାହିଁ ସେମାନଙ୍କର ନୋମିନ ଥିବା ବ୍ୟକ୍ତିଙ୍କର ଆଇସ୍କାନ କରିବେ । ଏହି ତାଲିମ କରିବାର ମୁଖ୍ୟ ଲକ୍ଷ୍ୟ ହେଲା ଚାଷୀ ଧାନ ବିକ୍ରୟ କରି ସାରିବା ପରେ ତା ଆକାଉଣ୍ଟ ନମ୍ବର ସଠିକ ଦେଖି ସଠିକ ଟଙ୍କା ପଠାଇବାକୁ ପଡିବ । ଯଦି ଏଥିରେ ଭୁଲ ବଟକା ହେବ ତା ହେଲେ ଉକ୍ତ ସମବାୟ ସମିତିର ସମ୍ପାଦକ ସେଥିପାଇଁ ଦାୟୀ ରହିବେ ବୋଲି ଉପସହ ସମବାୟ ଅଧିକାରୀ ଶ୍ରୀ ମହାନ୍ତି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ହିସାବ ନୀରିକ୍ଷକ ଜଗତ ଜ୍ୟୋତି ସାହୁ କହିଥିଲେ ସମସ୍ତ ସମବାୟ ସମିତିରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଉପକରଣ ବହୁ ଶିକ୍ର ପହଞ୍ଚାଇବା ଆରମ୍ଭ ହୋଇଯାଇଛି । ଯେଉଁ ସମବାୟ ସମିତି ର ସମ୍ପାଦକ ମାନେ ଧାନ କିଣା ପାଇଁ ଉପକରଣ ପାଇ ନଥିବେ ସେମାନେ ତୁରନ୍ତ ନେଡାଲ ଅଫିସର ସୁରେନ୍ଦ୍ର କୁମାର ଦତ୍ତ ଙ୍କ ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ଏହି ଶିବିରକୁ ନିୟନ୍ତ୍ରିତ ବଜାର କମିଟିର ଅନ୍ୟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ସାଧୀଗୋପାଳରୁ ଧୀରେନ୍ଦ୍ର ସେନାପତି



