ଭାର୍ଗବୀ ନଦୀ ବନ୍ଧର ସୁରକ୍ଷା ପାଇଁ ସୁଆଣ୍ଡୋ ଠାରୁ ୪ଶହ ମିଟର ପଥରପ୍ୟାକିଂ କାର୍ଯ୍ୟ ଆରମ୍ଭ
ସାକ୍ଷୀଗୋପାଳ ----- ସତ୍ୟବାଦୀରେ ପ୍ରବାହିତ ଭାର୍ଗବୀ ନଦୀବନ୍ଧ ବନ୍ୟା ସମୟରେ ନଦୀବନ୍ଧ ଅତଡା ଖାଉଥିବା ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏହାକୁ ନଜର କରି ନିମାପଡା ଜଳ ସମ୍ପଦ ବିଭାଗ ପକ୍ଷରୁ ସୁଆଣ୍ଡୋ ଗ୍ରାମ ମୁଣ୍ଡରୁ ୪ଶହ ମିଟର ନଦୀବନ୍ଧରେ ପଥର ପ୍ୟାକିଂ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥିପାଇଁ ୯୫ ଲକ୍ଷ ଟଙ୍କା ବ୍ୟାୟ ବରାଦ କରାଯାଇଥିବା ବଭିାଗୀୟ ଅଧିକାରୀଙ୍କ ଠାରୁ ସୁଚନା ମିଳିଛି । ଗତ ବନ୍ୟା ସମୟରେ ଉକ୍ତ ସ୍ଥାନ ଗୁଡିକରେ ଘଳିଆ ପଡିବା ସହ ନଦୀବନ୍ଧ ପାଣିରେ ଓଦା ହୋଇ ନରମ ହୋଇଯାଇଥିଲା । ଯାହାକି ଉକ୍ତ ସ୍ଥାନରେ ନଦୀ ବନ୍ଧ କେତେବେଳେ ଘାଇ ହେବ ସେଥିପାଇଁ ବନ୍ଧ ପାଖ ଲୋକମାନେ ଭୟଭୀତରେ ରହିଥିଲେ । ଖବର ନିୟମିତ ଭାବେ ପ୍ରକାଶିତ ହେବା ପରେ ଭାର୍ଗବୀ ନଦୀବନ୍ଧ ଅନୁଧ୍ୟାନ କରିବା ପାଇଁ ଜଳ ସମ୍ପଦ ବିଭାଗର ପ୍ରିନିସିପାଲ ସେକ୍ରେଟାରୀ ଅନୁଗର୍ଗଙ୍କ ସହିତ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ମହାନଦୀ ବନ୍ୟା ଜଳ ନିୟନ୍ତ୍ରଣ ନମ୍ନ ଅବବାହିକାର ପରିଚାଳକ ଇଂ ସୁଶାନ୍ତ ରଥ, ଇଂ ଲଡୁ କିଶୋର ସାବତ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ଇଂ ଯୁଗଳ କିଶୋର ତ୍ରିପାଠୀ, ଚିଫ କନଷ୍ଟ୍ରକସନ ନିର୍ବାହୀଯନ୍ତ୍ରୀ କାନପୁର ଇଂ ମହେନ୍ଦ୍ର କୁମାରଭୂୟାଁ, ପୁରୀ ଡ୍ରେନେଜ ନିର୍ବାହୀ ଯନ୍ତ୍ରୀ ଗଭବାନ ଦାଶ, ନିମପଡା ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଶଶୀ ଭୂଷଣ ମିଶ୍ର, ଇଂ ପ୍ରମୋଦ କୁମାର କୋଦାମସିଂହ , ଇଂ ବିପିନି ସାହୁ, ସତ୍ୟବାଦୀ ଉପଖଣ୍ଡ ଅଧିକାରୀ ରଘୁନାଥ ସ୍ୱାଇଁ, ବଳଙ୍ଗା ଉପଖଣ୍ଡ ଅଧିକାରୀ ରାକେଶ କୁମାର ମଲିକ ପ୍ରମୁଖ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ । ସେ ସମୟରେ ତୁରନ୍ତ ଏଠାରେ ପଥର ପ୍ୟାକିଂ କରିବା ପାଇଁ ଅଧିକାରୀ ମାନେ ରାଜ୍ୟ ସରକାରଙ୍କୁ ଜଣାଇଥିଲେ । ଏହି କାମକୁ ତିନି ଜଣ ଠିକାଦାର ନେଇଥିବା ଜଣାପଡିଛି । ଡିସେମ୍ବର ମାସ ଶେଷ ସୁଦ୍ଧା ନଦୀବନ୍ଧରେ ପଥର ପ୍ୟାକିଂ କାମ ଶେଷ ହେବ ବୋଲି ବଳଙ୍ଗା ଜଳ ସମ୍ପଦ ବିଭାଗର ଉପଖଣ୍ଡ ଅଧିକାରୀଙ୍କ ଠାରୁ ସୁଚନା ମିଳିଛି । ନଦୀ ବନ୍ଧରେ କାମ ଆରମ୍ଭ ହେବା କ୍ଷଣି ପ୍ରାୟ ୩୦ ଖଣ୍ଡର ଗ୍ରାମବାସୀ ମାନେ ଆନନ୍ଦ ପ୍ରକାଶ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି




