ପୁରୀରେ ଜିବିକା ଓ ଉଦ୍ୟମିତା ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଗୃହ ଉଦଘାଟନ
ପୁରୀ ---- ପୁରୀ ଜିଲ୍ଲାରେ ଗତ ଫନି ବାତ୍ୟାରେ ବିଶେଷ କରି ପୁରୀରେ ବହୁ ଶିଳ୍ପ ଅନୁଷ୍ଠାନ ଓ ବ୍ୟାପର ବହୁ ମାତ୍ରାରେ ପ୍ରଭାବିତ ହୋଇ ବିଲୁପ୍ତ ଅବସ୍ଥାରେ ରହିଛି । ଏହାକୁ ଆଖି ଆଗରେ ରଖି ପୁରୀ ଗୁଣ୍ଡିଚା ମନ୍ଦିର ନିକଟ ଖାକିମଠ ନୂଆସାହି ଠାରେ ସିଦ୍ଧ ଡେଭଲପମେଣ୍ଟରିସର୍ଚ୍ଚ ଆଣ୍ଡ କନସଲଟାସ୍କି ଏକ ଅଫିସ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି । ଭାରତୀୟ ଉଦ୍ୟମିତ ସ୍ଥସ୍ଥାନ( ଆଇ,ଆଇ. ଇ) , ଗୌହାଟ, ଆସାମ, ଭାରତ ସରକାରଙ୍କର କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରାଣଳୟ , ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ଡିପାଟମେଣ୍ଟ ଫାଇନାନ୍ସିଆଲ ସର୍ଭିସେସ ଦ୍ୱାରା ଏକ ବୃହତ ପରିକଳ୍ପନା । ରତ୍ନାକର ପାଣିଗ୍ରାହୀ ମ୍ୟାନେଜିଙ୍ଗ ଡାଇରେକ୍ଟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ନୃସିଂହ ପାଣିଗ୍ରାହୀ , ଏସଡିଆରସିର ଡାଇରେକ୍ଟର ମାନସ ବେହେରା, ଅନୁଷ୍ଠାନର ମୁଖ୍ୟ ପ୍ରଶାସନିକ ଅଧିକାରୀ ମାନସ ବେହେରା ଓ ଅନିରୁଦ୍ଧ ରଥଙ୍କ ସମେତ ସ୍ୱେଚ୍ଛାସେବୀ ମାନେ ଯୋଗଦେଇଥିଲେ । ଆଗାମି ଦିନରେ ଶିଳ୍ପ ଉଦ୍ୟଗ ଓ ନୂତନ ଉଦ୍ୟୋଗି ମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ଉକ୍ତ ଅଫିସ ତତ୍ପରତା ପ୍ରକାଶ କରିଛି । ସେମାନଙ୍କ ପାଇଁ ସରକାରୀ କାର୍ଯ୍ୟକ୍ରମ ସହ ସେମାନଙ୍କୁ ସଂଯୋଗ କରିବା ନିମନ୍ତେ ଏକ ମାଗଦର୍ଶକ ରୂପେ କାର୍ଯ୍ୟ କରିବ ବୋଲି ଜଣାପଡିଛି । ଏଥିପାଇଁ ଯୁବଗୋଷ୍ଠୀ ଆଗେଇ ଆସିବା ନିହାତି ଜରୁରୀ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟନାରାୟଣ ନାୟକ, ଅମୂଲ୍ୟ ମୋହନ ଷଡଙ୍ଗୀ, ଲୋକନାଥ ଲେଙ୍କା, ପବିତ୍ର ପ୍ରଧାନଙ୍କ ସହିତ କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ଧୀରେନ୍ଦ୍ର ସେନାପତି



