ads

Breaking News

ଡେଲାଙ୍ଗରେ ତିନୋଟି କୃଷକ ବିରୋଧୀ ଆଇନ ନକଲ ପୋଡି ସହ ରଦ୍ଦ କରିବା ପାଇଁ ଦାବୀ


 ଡେଲାଙ୍ଗ ------ ଅଲ ଇଣ୍ଡିଆ କିଷାନ ସଂଘର୍ଷ ସମନ୍ନୟ ସମିତିର ଆହ୍ୱନ କ୍ରମେ ୫ ନଭେମ୍ବର ଚକା ଯାମ ଡାକରା ଦିଆଯାଇଥିଲା । ଏହି ପରିପେକ୍ଷୀରେ ଅଲ,ଇଣ୍ଡିଆକିଷାନ କ୍ଷେତ ମଜଦୁର ସଂଗଠନ ଓ ଅଲ ଇଣ୍ଡିଆ କମିଟି ଦେଶରେ ପ୍ରତିବାଦଜରିଆରେ ଆଇନ ଗୁଡିକର ନକଲ ପୋଡାଯାଇଛି । ଏ ଆଇ କେ କେ ଏମ ଏସ ର ବରକେରା ଗ୍ରାମ କମିଟିପକ୍ଷରୁ ବରକେରା ଗ୍ରାମରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଗଠନର ରାଜ୍ୟ ସମ୍ପାଦକ ତଥା ଏସ. ୟ.ସି.ଆଇର ନେତା କମ୍ରେଡ ରଘୁନାଥ ଦାଶ ଯୋଗଦେଇ କେନ୍ଦ୍ରରେ ବିଜେପି ସରକାର ନିକଟରେ ପ୍ରଣୟନ କରିଥିବା ତିନୋଟି କୃଷକ ବିରୋଧୀ ଆଇନ ସମ୍ପର୍କରେ ମତ ରଖିଥଲେ । ଚାଷୀ ମାନେ କିପରି ଭାବେ ଏହି ଆଇନ ଯୋଗୁ କ୍ଷତି ସହିବେ ତାହା ପ୍ରକାଶ କରିଥିଲେ । ଏହି ପ୍ରତିବାଦ ସଭାରେ ସଂଗଠନର ପୁରୀ ଜିଲ୍ଲା ସଭାପତି ଗଙ୍ଗାଧର ପ୍ରଧାନ, ବ୍ଳକ ସଭାପତି କମ୍ରେଡ ଦୀନବନ୍ଧୁ ପରିଡା ପ୍ରମୁଖ ଯୋଗଦେଇ କୃଷିଜାତ୍ୟ ଦ୍ରବ୍ୟର ଦର ବଡିଯିବା ସହ ଚାଷୀ ମାନେ ଋଣଭାରରେ ବୁଡିଯିବେ ବୋଲି ମତ ପ୍ରକାଶ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive