ads

Breaking News

ରାଜ୍ୟ ସରକାର ସୁଆଣ୍ଡୋ ଗ୍ରାମକୁ ଐତିହ୍ୟ ଗ୍ରାମ ଘୋଷଣା ପରେ ଜିଲ୍ଲା ପ୍ରଶାସନ ସହିତ ବିଭିନ୍ନ ଅଧିକାରୀ ଙ୍କ ଗସ୍ତ

  


ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକଅନ୍ତର୍ଗତ ସୁଆଣ୍ଡୋ ଗ୍ରାମକୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିଛନ୍ତି । ବହୁ ଶିଘ୍ର ସୁଆଣ୍ଡୋ ଗ୍ରାମକୁ ଭଲ ରାସ୍ତା ସହିତ ଗ୍ରାମ ଦାଣ୍ଡ ଆଲୋକୀ କରଣ, ଗ୍ରାମ ବାସୀଙ୍କର ଆର୍ଥକ ବଡାଇବା, ପାନୀୟ ଜଳ ସହିତ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟ ସରକାର ହାତକୁ ନେଇଥିବା ଜଣାପଡିଛି । କାରଣ ସୁଆଣ୍ଡୋ ଗ୍ରାମରେ ରହିଛି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏନ୍ତୁଡିଶାଳ । ସେହି ଘର ଓ ଗ୍ରାମର ଉନ୍ନତି କରିବା ପାଇଁ ରାଜ୍ୟ ସରକାର ନିସ୍ପତି ଗ୍ରହଣ କରିଛନ୍ତି । ତା ପର ଠାରୁ ବିଭିନ୍ନ ଦିନରେ ରାଜ୍ୟ ସରକାରଙ୍କ ଅଧିକାରୀ ମାନେ ସୁଆଣ୍ଡୋ ଗ୍ରାମ ଗସ୍ତ କରି ଯୋଜନା ପ୍ଳାନ ପ୍ରସ୍ତୁତି କରୁଥିବା ଜଣାପଡିଛି । ଏହି ଅବସରରେ ବୁଧବାର ଦିନ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂଙ୍କ ସହିତ ରାଜ୍ୟ  ୱାର୍କସ  ସଚ୍ଚିବ ତଥା ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିସନ କୁମାର , ଅତିରିକ୍ତ ସଚ୍ଚିବ ବିମଳେନ୍ଦୁ ରାୟ , ଓଟିଡିସି  ସଚ୍ଚିବ ଅକ୍ଷୟ ବେଉରିଆ, ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକଙ୍କ ସହିତ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକାରୀ, ପୁର୍ତ୍ତ ବିଭାଗ, କୃଷି, ଉଦ୍ୟାନ, ଜଳ ସମ୍ପଦର ଉଚ୍ଚ ଅଧିକାରୀଙ୍କ ସହିତ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ , ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଶେଷ କରି ୩୧୬ ନଂ ଜାତୀୟ ରାଜପଥର ପଟ୍ଟନାୟକିଆ ଛକ ଠାରୁ ସୁଆଣ୍ଡୋ ଗ୍ରାମରାସ୍ତା ବୁଲିକି ଦେଖିଥଲେ । ପାନୀୟଜଳ, ଆଲୋକି କରଣ, କୃଷି, ଉଦ୍ୟାନ ଆଦି ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣାପଡିଛି । ବିଶେଷ କରି ସୁଆଣ୍ଡୋ ବ୍ରିଜ ଠାରୁ ନଦୀ ବନ୍ଦ ଓ କେନାଲ ରାସ୍ତା ଉପରେ ଗୁରୁତ୍ୱ ଦେଇଥିବା ଜଣାପଡିଛି । ଅଧିକାରୀ ମାନଙ୍କ ସହିତ ଗ୍ରାମବାସୀ ଓ ଜନସାଧାରଣ ବିଭିନ୍ନ ବିସୟରେ ଆଲେଚନା କରିଥିବାର ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive