ସେବାୟତ ସଙ୍ଘ ପକ୍ଷରୁ ମନ୍ଦିର ଖୋଲାଯିବା ଦାବି ରେ ଘଣ୍ଟ ବଜେଇ ପ୍ରତିବାଦ
ଭୁବନେଶ୍ୱର---- ଓଡିଶା ମନ୍ଦିର ସେବାୟତ ସଂଘ ତରଫରୁ ସମସ୍ତ ସେବାୟତ ଏକ ଜୁଟ ହୋଇ ରାମ ମନ୍ଦିର ସମ୍ମୁଖରେ ଘଣ୍ଟ ବାଡେଇ ପ୍ରତିବାଦ ଜଣାଇଛନ୍ତି । ଓଡ଼ିଶାର ସମସ୍ତ ମନ୍ଦିର ଖୋଲିବା ପାଇଁ ପ୍ରଶାସନ ଅବହେଳା କରୁଥିବାରୁ ସେବାୟତମାନେ ଏଭଳି ପ୍ରତିବାଦ ଜଣାଇଛନ୍ତି । ଯଦି ବାଲେଶ୍ୱରରେ ଶତାଧିକ ଲୋକଙ୍କୁ ଧରି ନିର୍ବାଚନ ରାଲି କରାଯାଇପାରିଲା ତା ହେଲେ ମନ୍ଦିରରେ ଭଜନ ଟିକେ କାହିଁକି ବାଜିପାରିବନି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରିଛନ୍ତି । ଆଗରୁ ତିନି ଥର କରି ପ୍ରତିବାଦ ଜଣାଇଥିଲେ ବି ସରକାର ଏ ପର୍ଯ୍ୟନ୍ତ କୌଣସି ମନ୍ଦିର ଖୋଲିବା ପାଇଁନିଷ୍ପତି ନେଇ ନାହାନ୍ତି । ସେବାୟତ ସଂଘ ତରଫରୁ ପାଞ୍ଚ ଦଫା ଦାବି କରାଯାଇଛି । ଓଡିଶାର ସମସ୍ତ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯାଉ । ସେବାୟତ ମାନଙ୍କୁ କରନା ରାଶି ପ୍ରଦାନ କରାଯାଉ। ତୁରନ୍ତ ସେବାୟତ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉ ଏହା ସହିତ ମାସିକ ଭତା ଓ ମାଗଣାରେ ସେବାୟତଙ୍କ ପାଇଁ ବିମାଭୁକ୍ତ କରାଯାଉ । ଏ ସବୁ ନ ହେଲେ ଆଗାମୀ ଦିନରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଆଗରେ ଘେରାଉ କରି ଘଣ୍ଟ ବାଡେଇ ପ୍ରତିବାଦ କରିବେ ବୋଲି ସଂଘ ତରଫରୁ କୁହା ଯାଇଛି ।
ଧୀରେନ୍ଦ୍ର ସେନାପତି



