୪୦୯୦ ଜଣ ଚାଷୀ ସମବାୟ ସମିତି ଜରିଆରେ ଧାନ ବିକିବେ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକରେ ୧୬ ଗୋଟି ସମବାୟ ସମିତି ମାଧ୍ୟମରେ ୨୦୨୦-୨୦୨୧ ବର୍ଷ ପାଇଁ ଧାନ କିଣାଯିବ । ସେଥିପାଇଁ ଜିଲ୍ଲା ପାଳଙ୍କ ନିର୍ଦ୍ଦେଶକ୍ରମେ ସମବାୟ ସମିତିର ସମ୍ପାଦକ ଓ ଡାଟାଏଣ୍ଟି ମାନଙ୍କୁ ତାଲିମ ପ୍ରଦାନ କରାଗଲାଣି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକ ୨୪ ଗୋଟି ଗ୍ରାମ ପଞ୍ଚାୟତର ଚାଷୀ ମାନେ ସମବାୟ ସମିତି ଜରିଆରେ ରାଜ୍ୟ ସରକାର ଖୋଲିଥିବା ଧାନ ମଣ୍ଡିରେ ଧାନ ବିକ୍ରୟ କରିବେ । ୨୪ ଗୋଟିଗ୍ରାମ ପଞ୍ଚାୟତରୁ ମାତ୍ର ୪୦୯୦ ଜଣ ଚାଷୀ ଅନ ଲାଇନି ମାଧ୍ୟମରେ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରିଥିବା ଉପସହ ସମବାୟ ଅଧିକାରୀ ସତ୍ୟଶଙ୍କର ମହାନ୍ତିଙ୍କ ଠାରୁ ସୁଚନା ମିଳିଛି । ଗତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୧୮୩୫ ଟଙ୍କା ରହିଥିବା ବେଳେ ଏ ଗ୍ରେଡ ଧାନ କୁଇଣ୍ଟାଲ ପ୍ରତି ୧୮୬୫ ଟଙ୍କା ରହିଥିଲା । ଏ ବର୍ଷ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୧୮୬୮ ଟଙ୍କା ରହିଥିବା ବେଳେ ଏ ଗ୍ରେଡ ଧାନ କୁଇଣ୍ଟାଲ ପ୍ରତି ୧୮୮୮ ଟଙ୍କା ସରକାର ଧାର୍ଯ୍ୟ କରିଥିବା ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



