ads

Breaking News

ପିଏନବି ବ୍ୟାଙ୍କ ଲୂଟ ର ପର୍ଦାଫାଶ ହୋଇଛି


ଭୁବନେଶ୍ୱର ---- ଭୁବନେଶ୍ୱର ପଟିଆ ସ୍ଥିତ ପିଏନବି ବ୍ୟାଙ୍କରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ‘ ଭାଇଜାଗରୁ ୨ ଲୁଟେରା ଧରାପଡିଛନ୍ତି । ସିସିଟିଭି ଫୁଟେଜ ଖୋଳତାଡରୁ ମିଳିଥିଲା ଖିଅ । ଦୁଇ ଅଭିଯୁକ୍ତ ସୋମରଜୋତ ସିଂହ ଓ ଜାଫର ସାଦ୍ଦିକ । ଦୁଇ ଅପରାଧି କଲିକତାରୁ ଆସି ଏକ ହୋଟେଲରେ ରହିଥିଲେ । ଏଟିଏମ ଲୁଟ୍ କରି ସେମାନେ ବିମାନ ଯୋଗେ ଦିଲ୍ଲୀ ପଳାଇଥିଲେ । ଦିଲ୍ଲୀରୁ ଚଣ୍ଡୀଗଡ, ବେଙ୍ଗାଲୁର ଓ ଭାଇଜାଗ ଯାଇଥିଲେ । ବେଙ୍ଗାଲୁରୁ ସେମାନେ ଅପରାଧ ଗ୍ୟାଙ୍ଗ ଚଳାଉଥିଲେ । ଏଟିଏମ ଲୁଟ୍ ଓ ନାର୍କେଟିକ୍ସ ମାମଲା ଲୁଟେରାଙ୍କ ନାଁରେ ରହିଛି ।ତେବେ ଦୁଇ ଅଭିଯୁକ୍ତଙ୍କୁ  ରିମାଣ୍ଡରେ ଆଣି ଟଙ୍କା ଜବତ ପାଇଁ ପୋଲିସ ଉଦ୍ୟମ ଚଳାଇଛି । ଗ୍ୟାସ୍ କଟରରେ ଏଟିଏମ କାଟି ୨୭.୮୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା ମାନେ  । 
ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts