ads

Breaking News

ସାକ୍ଷୀଗୋପାଳ ବଜାର ରାସ୍ତା ଏବେ ଖାଲ ଖମାରେ ପରିପୂର୍ଣ୍ଣ




 ସାକ୍ଷୀଗୋପାଳ ---- ସାକ୍ଷୀଗେ।।ପଳ ବଜାର ରାସ୍ତା ଏବେ ମରଣଯନ୍ତା ପାଲଟିଛି । ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ରାସ୍ତାରେ ଖାଲ ହୋଇଥିବାରୁ ଏହି ସମସ୍ୟା ଦେଖାଯାଇଛି ।  ୩୧୬ନଂ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ସାକ୍ଷୀଗୋପାଳ ମନ୍ଦିର ଦେଇ ଅଳଗୁମ ଭାୟା କଣାସ - ବହ୍ମଗିରି ରାସ୍ତା ଯାଇଛି । ଏହି ରାସ୍ତା ଉପରେ ସତ୍ୟବାଦୀର ପ୍ରାୟ ୧୦ ଗୋଟି ଗ୍ରାମ ପଞ୍ଚାୟତର ଶତାଧିକ ଗ୍ରାମର ଜନସାଧାରଣ ନିର୍ଭର କରିଥାନ୍ତି । ସେହିପରି ଡେଲାଙ୍ଗ, କଣାସର ଶତାଧିକ ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ପ୍ରତେକ ଦିନ ସାକ୍ଷୀଗୋପାଳ ମନ୍ଦିରକୁ ବିଭିନ୍ନ ରାଜ୍ୟ ଓ ରାଜ୍ୟ ବାହାରରୁ ଯାତ୍ରୀ ମାନେ ଆସିଥାନ୍ତି । ମାତ୍ର ମହାମାରୀ କରୋନା ଯୋଗୁ ସାକ୍ଷୀଗୋପାଳ ମନ୍ଦିରକୁ ଭକ୍ତଙ୍କ ସଂଖ୍ୟା କମି ଯାଇଛି । ସେପରି ବାହର ରାଜ୍ୟର ଗାଡି ସେପରି ଆସୁନାହିଁ । ମାତ୍ର ଦୁଖଃର ବିସୟ ଯେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୧.୫ କିଲୋମିଟର ରାସ୍ତା ଏବେ ମରଣଯନ୍ତ୍ରା ପାଲଟିଛି । ସାକ୍ଷୀଗୋପାଳ ବଡ ବଜାର ମଝିରେ ଦୁଇ ଫୁଟର ଖାଲ ଖମା ହୋଇଛି । ପ୍ରତିଦିନ ଏହି ଖାଲରେ ପଡି ଦୁର୍ଘଟଣା ମାନ ଘଟୁଛି । ଏହାକୁ ନେଇ ବଜାର ବ୍ୟବସାୟୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।  ସେହିପରି ରତ୍ନଚିରା ବ୍ରିଜ, ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି ସମ୍ମୁଖ, ଦୋଳବେଦୀ , ମନ୍ଦିର ନିକଟରେ ରାସ୍ତାରେ ଖାଲ ଖମା ହୋଇ ପଡିଛି । ଅଭିଯୋଗ କରିବା ପରେ ସେଥିରେ ନାମକୁ ମାତ୍ର କାମ କରାଯାଉଛି । ମାସେରୁ ଦୁଇ ମାସ ମଧ୍ୟରେ ଉକ୍ତ ପିଚୁ ଉଠି ଯାଉଛି । ସେହିପରି ସେଠାରେ ଗାତ ସୃଷ୍ଟି ହେଉଛି । ଅନ୍ୟ ପକ୍ଷେ ପତିବର୍ଷ ଅଁଳାନବମୀ ସମୟରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ବକୁଳବନ ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥାଏ । ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଖମାକୁ ପୂର୍ତ୍ତ ବିଭାଗ କାମ କରିଥାନ୍ତି । ଯେହେତୁ ଉକ୍ତ ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି । ଏ ବର୍ଷ କରୋନା ଯୋଗୁ ମନ୍ଦିର ବନ୍ଦ ରଖାଯାଇଛି । କେବଳ ମାତ୍ର ଠାକୁରଙ୍କ ନୀତିକାନ୍ତି କରାଯାଉଛି । ଏଣୁ ସାକ୍ଷୀଗୋପାଳରେ ଅଁଳାନବମୀ ହେବକି ନାହିଁ ସନ୍ଦେହ ଘେର ମଧ୍ୟରେ ରହିଛି । ସତ୍ୟବାଦୀ ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀ ମନୋଜ କୁମାର ନାୟକଙ୍କୁ ପଚାରିବାରୁ ସେ କହନ୍ତି ଉକ୍ତ ରାସ୍ତାରେ ହୋଇଥିବା ଗାତ ଗୁଡିକ ବର୍ଷା ଦିନ ଗଲାଣି ବହୁ ଶିଘ୍ର କାମ କରାଯିବ ବୋଲି କହନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts