ads

Breaking News

ଛକର ନାମକରଣକୁ ନେଇ ଦୁଇଗାଁ ମଧ୍ୟରେ ଗଣ୍ଡଗୋଳ,୭ ଆହତ

ବେଗୁନିଆ---- ବେଗୁନିଆ ବ୍ଲକ ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ପଞ୍ଚାୟତର କୋଟପଲ୍ଲା-ଓସ୍ତପୁର ଗ୍ରାମ  ଛକର ନାମକରଣକୁ ନେଇ ଆଜି ପୂର୍ବାହ୍ନରେ ଉଭୟ ଗ୍ରାମର ଲୋକମାନଙ୍କ ମଧ୍ୟରେ  ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଛି । ଏହି ଘଟଣାରେ ସନ୍ଧ୍ୟା ସୁଦ୍ଧା  କୌଣସି ପକ୍ଷରୁ ବାଘମାରୀ ଥାନାରେ ଅଭିଯୋଗ ହୋଇ ନଥିବାର ଜଣା ପଡିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ଏହି ଘଟଣାରେ ଓସ୍ତପୁର ଗ୍ରାମର   ବାସୁଦେବ ନାୟକ, ଚିତ ରଞନ ନାୟକ,ଜଗା ପ୍ରଧାନ,ଲିପୁନା ପଣ୍ଡା,ଲିପୁ ମହାରଣା,କନକ ବେହେରା ପ୍ରମୁଖ ଢେଲା ପଥର ମାଡରେ ଆହତ ହୋଇଥିବା ବେଳେ କୋଟପଲ୍ଲା ଗ୍ରାମର ଅରୂପ କୁମାର ଭୋଇ ଗୁରୁତର ଭାବେ ଆହତ ହୋଇ  ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ  ଚିକିତ୍ସିତ ହେଉଛନ୍ତି । ଏହି ଗ୍ରାମର ଛକ ନାମକରଣକୁ ନେଇ  ପୂର୍ବରୁ ମଧ୍ୟ ବହୁବାର ଉଭୟ ଗ୍ରାମ ମଧ୍ୟରେ  ଗଣ୍ଡଗୋଳ ହୋଇଥିବାର ନଜିର ରହିଛି । ଏ ସମ୍ପର୍କରେ  ବାଘମାରୀ ଥାନା ପୋଲିସ ସହିତ ଯୋଗାଯୋଗ କରିବାରୁ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ  ହୋଇ ନଥିବା ବେଳେ ଉଭୟ ଗ୍ରାମର ଗ୍ରାମବାସୀ ମାନେ ଘଟଣାର ଆପୋଷ ସମାଧାନ  କରିବା ପାଇଁ   ଥାନାରେ ବସି ଆଲୋଚନା ଚାଲିଥିବା ଜଣାପଡିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା   
 

ads

Blog Archive

Popular Posts