ads

Breaking News

ଶରଣକୁଳ ର ଆରାଧ୍ୟ ଦେବୀ ମା ଝାଡଶ୍ୱରୀଙ୍କ ପୀଠରେ ରଜ ମହୋତ୍ସବ ବନ୍ଦ



ଶରଣକୁଳ- ଓଡ଼ଗାଁ ବ୍ଲକ ଶରଣକୁଳ ର ଶକ୍ତିପୀଠ ରୂପେ ପରିଚିତ ଆରାଧ୍ୟ ଦେବୀ ମା ଝାଡଶ୍ୱରୀ ଙ୍କ ପୀଠରେ କରୋନା ପାଇଁ ରଜ ମହୋତ୍ସବ ବନ୍ଦ କରିଦିଆ ଯାଇଛି।କେବଳ ରଜ ୩ଦିନ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେଉଛି। ବ୍ରାହ୍ମଣମାନେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ହୋମ କାର୍ଯ୍ୟ ସମ୍ପାଦନ କରିବେ।ସେଠାରେ କୌଣସି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିବନାହିଁ। କରୋନା ଆକ୍ରାନ୍ତ କୁ ଆଖି ଆଗରେ ରଖି  ରଜ ତିନି ଦିନ ଏହି ପୀଠରେ ବ୍ୟାପକ ପୋଲିସ ବନ୍ଦବସ୍ତ କରାଯାଇଥିବା ଶରଣକୁଳ ଥାନା ଅଧିକାରୀ କିରଣ ହେମ୍ବ୍ରମ ସୂଚନା ଦେଇଛନ୍ତି।ଶରଣକୁଳ ଥାନା ଅଧିକାରୀ ଓ ମା ଝାଡଶ୍ୱରୀ ରଜ ପର୍ବ କମିଟିର ସଭାପତି ଓ ସଦସ୍ୟମାନଙ୍କସହ ପୂର୍ବରୁ ଆଲୋଚନା କରାଯାଇଅଛି।ଏହି ପୀଠରେ ହୋମ କାର୍ଯ୍ୟ ବ୍ୟତୀତ ଠାକୁରାଣୀଙ୍କ ନୀତି କାନ୍ତି କରାଯାଇଛି।ମନ୍ଦିର ବନ୍ଦ ରହିବାପାଇଁ ନିଷ୍ପତ୍ତି ନିଆଯାଇଛି।ଲୋକମାନେ ଯେପରି ସେଠାରେ ଗହଳି ନକରନ୍ତି ସେଥିପାଇଁ ଦୃଷ୍ଟି ଦିଆଯାଇଛି।
ଶରଣକୁଳ ରୁ ମାନସ କୁମାର ସାହୁ।

ads

Blog Archive