ads

Breaking News

ଅତାବିରା ଆର ଏମସି ଚାଷୀ ମାନଙ୍କ ପାଇଁ କଭରସେଟ ତିଆରି ହୋଇଛି ମାତ୍ର ସେଠାକୁ ଯିବାକୁ ରାସ୍ତା ନାହିଁ



ବରଗଡ଼ ---- ଅତାବିରା ଆର ଏମ୍ ସି ଅଧିନରେ ଚାଷୀ ଅମଳ କରିଥିବା ଧାନ ଯେମିତି ସୁରୁଖୁରୁରେ ବିକ୍ରି କରି ପାରିବେ ଏ ନେଇ ସରକାର ୧୯ଟି ୟାଡ଼ ଓ ୧୦ଟି ଧାନ କ୍ରୟ କେନ୍ଦ୍ର ଖୋଲିଛନ୍ତି । ତାରପୋଲିନ ଯୋଗାଇ ଦେବାସହ କଭରସେଟ ଗୁଡିକ ତିଆରି କରିଛନ୍ତି । ସତ ହେଲେ ଶୁଖିଲା ପାଗରେ କଭରସେଟକୁ ଧାନ ବୋଝେଇ ଗାଡି ଗୁଡିକ ଯାଇ ଦବି ଯାଉଛି ଦେଖିବାକୁ ମିଳିଛି । ଅତାବିରା ଆର ଏମ୍ ସି ଅଧିନସ୍ଥ ମହୁଲପାଳି ମାର୍କେଟ ୟାଡ଼ ରେ।ଏବେ ପୁଣି ଜିଲ୍ଲାରେ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଧାନ ବୋଝେଇ ଗାଡି କଥା ଛାଡ ମଟର ସାଇକେଲ ଧରି ଯାଇ ହେଉନାହିଁ ବୋଲି ଲୋକେ କହନ୍ତି। ଏଣୁ ଚାଷୀ ମାନେ ପୁରୁଣା ୟାଡ଼ ମାନଙ୍କରେ ଧାନ ପ୍ୟାକେଟ ଗୁଡିକ ରଖିବାକୁ ବାଧ୍ୟ ହେଉଛି । ଅତଡା ଖସୁଥିବା ଛାତ ତଥା ବିପଦକୁ ଆମନ୍ତ୍ରଣ କରି ଝୁଲି ରହିଥିବା ଟିଣ ଚଦର ଘରେ ଧାନ ଗୁଡିକୁ ରଖିଛନ୍ତି।ଯାହା ତାରପୋଲିନଟିଏ ମଧ୍ୟ ଦିଆଯାଇନାହିଁ ଯଦ୍ୱାରା ଧାନ ଗୁଡିକ ଭିଜି ଗଜା ହେବାକୁ ବସିଲାଣି । ତେବେ କୋଟି କୋଟି ଟଙ୍କା ଅନୁଦାନରେ କଭରସେଟ ତିଆରି କରାଯାଇଛି ହେଲେ ସାମାନ୍ୟ ରାସ୍ତାଟିଏ ନ ଥିବା ଯୋଗୁଁ ସେଠିକି ଧାନ ବୋଝେଇ ଗାଡି ଯାଇ ନପାରି ବାଧ୍ୟ ହୋଇ ଖୋଲା ଆକାଶ ତଳେ ଭଙ୍ଗା ଦଦରା ଘର ମାନଙ୍କରେ ଧାନ ଗୁଡିକୁ ରଖିବା ପାଇଁ ବାଧ୍ୟ ହେଉଛି ଚାଷୀ । ତେବେ କୋଟି କୋଟି ଖର୍ଚ୍ଚ କରି କଭରସେଟ ତିଆରି ହେଲା ସେଠିକି ରାସ୍ତା ଟିକେ ନହେବା ଘଟଣା କଣ ରହସ୍ୟ ରହିଛି ବୋଲି ଚାଷୀ ମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କେତେକ ଚାଷୀ ସଂଗଠନ କହନ୍ତି ଜାଣିଶୁଣି କଭରସେଟକୁ ରାସ୍ତା କରାଯାଉ ନାହିଁ । କାରଣ ରାସ୍ତା ହେଇଗଲେ ନିମ୍ନ ମାନର କାମ ଧରାପଡିଯିବ । କାଳେ ଭୁଶୁଡି ଯିବ। ଆର ଏମ୍ ସି ର ଅବହେଳା ତଥା ଆନ୍ତରିକତା ଅଭାବ ଓ ନିଜ ସ୍ୱାର୍ଥ ଲାଳସା ଦିଗରେ ମାର୍କେଟ ୟାଡ଼ ରେ ପଡିରହିଥିବା ଧାନ ପ୍ରତି ଧ୍ୟାନ ଦେଉନାହାନ୍ତି ବୋଲି ଚାଷୀମାନେ କହନ୍ତି।ତେବେ ଦେଖଯାଉ ମାର୍କେଟ ୟାଡ଼ ମାନଙ୍କରେ ଭଗବାନ ଭରସାରେ ପଡିରହିଥିବା ଲକ୍ଷ ଲକ୍ଷ ବସ୍ତା ଧାନ ପ୍ରତି ଜିଲ୍ଲାପାଳଙ୍କ ଦୃଷ୍ଟି କେବେ ପଡୁଛି।
ନବୀନ ଦାଶଙ୍କ ରିପୋର୍ଟ

ads

Blog Archive