ads

Breaking News

ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଜିଲ୍ଲାପାଳ ଏକାଦଶ ବିଜୟୀ


ନୟାଗଡ଼--  ନୟାଗଡ଼ ଜିଲ୍ଲାରେ ଥିବା ଖେଳ ପଡ଼ିଆରେ ଆଜି ସକାଳେ ଜିଲ୍ଲାପାଳ ଏକାଦଶ ଏବଂ ତହସିଲ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଏକାଦଶର ଅଧିନାୟକ ନିହାର ରଞ୍ଜନ ନାୟକ ଏବଂ ତହସିଲ ଏକାଦଶର ଅଧିନାୟକ ଭିକାରୀ ନାୟକ ଥିଲେ।ଜିଲାପାଳ ଏକାଦଶ ଟଚ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୧୫ ଓଭରରେ ୭ ଉଇକେଟ ହରାଇ ୧୮୪ ରନ ସଂଗ୍ରହ କରିଥିଲେ।ଏହାର ଜବାବରେ ତହସିଲ ଏକାଦଶ ୧୫ ଓଭରରେ ୮ ଉଇକେଟ ହରାଇ ମାତ୍ର ୧୩୩ ରନରେ ସୀମିତ ରହିଥିଲେ।ଜିଲ୍ଲାପାଳ ଏକାଦଶ ୫୧ ରନରେ ବିଜୟୀ ହେବାପରେ ବିଜୟୀ ଦଳକୁ ଦୁଇ ହଜାର ଟଙ୍କା ଏବଂ ରନର୍ସ ଅପ ଦଳକୁ ଏକ ହଜାର ଟଙ୍କା ପୁରସ୍କୃତ କରାଯାଇଛି।ଜିଲ୍ଲାପାଳ ଏକାଦଶର ଅରୁଣ ସେଠୀ ୧୦ ବଲରେ ୩୫ ରନ କରିବା ସହ ୩ଟି ଉଇକେଟ ଅକ୍ତିଆର କରି ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ।ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ମୁଖ୍ୟ ଅତିଥି ରୂପେ ଯୋଗ ଚମ୍ପିୟାନ ଓ ରନସ ଦଳକୁ ପୁରସ୍କାର ବିତରଣ କରିଥିଲେ । 
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts