ads

Breaking News

ବିପଦ ଗାମି ହୋଇଛି ଅତାବିରା ବସ୍ତି ରାସ୍ତା



  ବରଗଡ଼----  ବରଗଡ଼  ଜିଲ୍ଲା ଅତାବିରା ବ୍ଲକ ତଥା ଏନଏସି ମାନ୍ୟତା ପାଇବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଚାରିଥାକିଆ ରାଜା ରାସ୍ତାରୁ ଜଗନ୍ନାଥ ମନ୍ଦିରକୁ ଯିବା ରାସ୍ତା ସାଜିଛି ମରଣ ଯନ୍ତା। ତେବେ ଏଥିପ୍ରତି ବ୍ଲକ ପ୍ରଶାସନ କିମ୍ବା ଏନଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ବେଳେ ରାଜରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥା ରାଜରାସ୍ତା ନିର୍ମାଣ କରି ଡ୍ରେନ ତିଆରି କରି ଅଧା ପନ୍ତରିଆ ଛାଡି ଦେଇ ରାଜରାସ୍ତାର ଭଡା ଚଢା ଦରରେ ଅସୁଲି କରିବାରେ ମସଗୁଲ ରହୁଛି କାହା ନିଦ୍ଦେର୍ଶରେ। ହେଲେ ଡ୍ରେନଟି ଆରମ୍ଭ କେଉଁଠି ଓ ଶେଷ କେଉଁଠି କେବଲ ସେମାନଙ୍କୁ ଜଣା। ତେବେ ଏହି ରାସ୍ତାଟି ଗାଁର ମୁଖ୍ୟ ରାସ୍ତା  ।  ଗାଁକୁ ଯିବା ବେଳେ ଛୋଟ ମୋଟ ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ନଜିର ରହିଛି। ତେବେ ଏଇ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ କରି ଚାରିଆଡେ ବିକାଶର ନାରା ନେଇ ଡିଣ୍ଡିମ ବାଡୋଉ ଥିବାବେଳେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡୁନଥିବା ଅଞ୍ଚକରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଉକ୍ତ ସ୍ଥାନରେ ଅତାବିରା କୋମଳମତି ଶିଶୁଙ୍କୁ ଗଢ଼ି ତୋଳିବା ପ୍ରାଥମିକ ଶିକ୍ଷା ତଥା ଅଙ୍ଗନବାଡି କେନ୍ଦ୍ର ରହିଛି। ଯାହା ଅର୍ଦ୍ଧ ନିର୍ମିତ ଡ୍ରେନର ପଚା ପାଣି ସାଙ୍ଗକୁ ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସହ କୋମଳ ମତି ଶିଶୁ ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଖାଲି ସେତିକି ନୁହେଁ ସାମାନ୍ୟ ବର୍ଷା ହେଲେ ରାଜରାସ୍ତା ପାଣି ସହ ଡ୍ରେନର ନର୍ଦ୍ଧମା ପାଣି ରାସ୍ତାରେ ବହି ଘରମାନଙ୍କୁ ପଶି ନିକଟରେ ଥିବା ଗାଁ ଜଗନ୍ନାଥ ମନ୍ଦିର ସମ୍ବୁଖରେ ନର୍ଦ୍ଦମା ପାଣି ଲହଡ଼ି ମାରିଥାଏ ।   ତେବେ ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts