ads

Breaking News

ବାଲୁକାକଳା ମାଧ୍ୟମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କୁ ଶ୍ରଦ୍ଧାଞ୍ଜଳୀ


ପୁରୀ ----ନେତାଜୀ ଜୟନ୍ତୀ କୁ ନେଇ ସାରା ଦେଶ ଉତ୍ସଵ ମୁଖର। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କୁ ଏହି ଅବସର ରେ ବାଲୁକାକଳା ମାଧ୍ୟମରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନେତାଜୀ ଦେଶ ଗଠନ କିଭଳି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ତାଙ୍କ ଭଳି ସମସ୍ତେ ଦେଶ ପାଇଁ କାର୍ଯ୍ୟ କରିବା ପାଇଁ ବାର୍ତା ଦେଇ ଛନ୍ତି ଏହି ବାଲୁକାକଳା ରେ। ପୁରୀ ଲାଇଟ ହାଉସ ବେଳାଭୂମି ରେ ଏହି ବିଶାଳ ବଲୁକା କଳା ଟିକୁ ଗଢିଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ୨୦ଫୁଟ ଲମ୍ବ ର ଏହି ବାଲୁକାକଳା ରେ ୨୦ ଟନ ବାଲି ତିଆରି ପାଇଁ ଲାଗିଥିବା ବେଳେ  ୭ଘଣ୍ଟା ଲାଗିଥିଲା ଏହି ଆକର୍ଷଣୀୟ ବଲୁକା କଳା ପାଇଁ। ବାଲୁକା ଶିଳ୍ପୀ ମାନସ ବାଲିରେ ନେତାଜୀ ସୁଭାଷ ବୋଷ ଙ୍କ ଅବିକଳ ପ୍ରତିକୃତି ସହ ତ୍ରିରଙ୍ଗା କୁ ସ୍ଥାନ ଦେଇଛନ୍ତି । ସମସ୍ତ ଭାରତ ବାସୀ ଙ୍କୁ ବାଲୁକା ଶିଳ୍ପୀ ମାନସ ସାହୁ ଏହି ବାଲୁକାକଳା ମାଧ୍ୟମରେ ନେତାଜୀ ଜୟନ୍ତୀ ର ଶୁଭେଚ୍ଛା ମଧ୍ୟ ଜଣାଇ ଛନ୍ତି।  
ପୁରୀ ରୁ ଜୟନ୍ତ କୁମାର ସେଠୀ
ବାଇଟି- ମାନସ ସାହୁ , ବାଲୁକାଶିଳ୍ପୀ

ads

Blog Archive

Popular Posts