ads

Breaking News

ସଡକ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ

ଡେଲାଙ୍ଗ ------- ଡେଲାଙ୍ଗ ଥାନା ଅନ୍ତର୍ଗତ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ବଡ ଆଙ୍କୁଲା ଗ୍ରାମର ପ୍ରମୋଦ ପ୍ରଧାନଙ୍କ ବଡ ପୁଅ ଅବିନାଶ ପ୍ରଧାନ ( ୩୩) ତାଙ୍କ ପନ୍ତ୍ରୀ ଓ ପୁଅ ଅଂଶୁମାନ ପ୍ରଧାନ (୩) ଓ ଝିଅ ଲିପିସା ପ୍ରଧାନ( ୫) ଓ ପୁରୀର ମାଟିଆପଡା ବଳରାମ ପ୍ରଧାନ (୩୦) ତାଙ୍କ ପନ୍ତ୍ରୀ ତାରେଣୀ ଦର୍ଶନ କରିବାକୁ ଏକ ଟ୍ରାଭେରାରେ ଯାଇଥିଲେ । ଫେରିବା ସମୟରେ ପାହଳ ନିକଟରେ ରାସ୍ତା କରରେ ଠିଆ ହୋଇଥିବା ଏକ ଟ୍ରକ ପଛରେ ପିଟି ହୋଇଯାଇଥିଲା । ଯାହା ଫଳରେକି ଘଟଣା ସ୍ଥଳରେ ଅବିନାଶଙ୍କର ମୃତ୍ୟୁ ହୋଇଥିଲା । ଆଜି କଟକ ମେଡିକାଲରେ ଅବିନାଶଙ୍କ ସଢ଼ୁ  ବଳରାମଙ୍କର ମୃତ୍ୟୁ ହେବା ସହ ଅବିନାଶଙ୍କ ଶିଶୁପୁତ୍ର ଅଂଶୁମାନଙ୍କ ମୃତ୍ୟୁ ହୋଇଯାଇଛି । ଝିଅ ଲିପିସା ଏବେ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଛି । ଆଜି ବାପା ଅବିନାଶ ଓ  ଅଂଶୁମାନ ଶିଶୁପୁତ୍ରର ଶବ ଗ୍ରାମକୁ ଆସିବା ପରେ ବଡ ଆଙ୍କୁଲା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁର୍ଗା ଚରଣ  ରାଉତରାୟ, ନିର୍ମଳ ପରିଡା, ଲକ୍ଷ୍ମୀଧର ପ୍ରଧାନ, ସଂଗ୍ରାମ ପ୍ରଧାନ ପ୍ରମୁଖ ବଡ୍ରାଙ୍କୁଲା ଗ୍ରାମରେ ପହଞ୍ଚି ମୃତକଙ୍କ ପିତା ପ୍ରମୋଦ ପ୍ରଧାନଙ୍କୁ ସମବେଦନା ଜଣାଇବା ସହ ଧର୍ଯ୍ୟଧରି ପରିସ୍ଥିତିକୁ ମୁକାବିଲା କରିବାକୁ କହିଥିଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive