ads

Breaking News

ବୀର ସୁରେନ୍ଦ୍ର ସାଏ ହାଇସ୍କୁଲର ବାର୍ଷିକୋତ୍ସଵ



  ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ରେଙ୍ଗାଲିକେମ୍ପ ନିକଟସ୍ଥ ଦେବାହାଲ ବୀର ସୁରେନ୍ଦ୍ର ସାଏ ହାଇସ୍କୁଲରେ ବାର୍ଷିକୋତ୍ସଵ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନ୍ଦଲାଲ ବିଶ୍ୱାଳଙ୍କ ଅଧ୍ୟକ୍ଷତା କରିଥିଲେ ।  ମୂଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୁଝାରୀ ଯୋଗ ଦେଇ ସ୍କୁଲର ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ସମ୍ବାନୀତ ଅତିଥିଭାବେ
 (ଜୋନ-୩)ର  ଜିଲ୍ଲା ପରିଷଦ ସଭ୍ୟ ଯୁବରାଜ ପ୍ରଧାନ ଜିଲ୍ଲା ପରିଷଦ ଫଣ୍ଡରୁ ୯୩ ହଜାର ଟଙ୍କା ସ୍କୁଲର ଉନ୍ନତି ସାଧନ ନିମନ୍ତେ ପ୍ରଦାନ କରିବାପାଇଁ କହିଥିଲେ । ସମ୍ବଲପୁରୀ ବ୍ୟଙ୍ଗ କବି ମନୋରଞ୍ଜନ ଲୁହା,ଜହ୍ନପଡ଼ା ସରପଞ୍ଚ ଅନିଲ ସାହୁ,ସ୍କୁଲ କମିଟିର ସଭାପତି ମନୋଜ ସାହୁ,ଶିଶୁପାଳ ବାରିକ ମଞ୍ଚାସିନ ରହି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ମାନବୃଦ୍ଧିକୁ ନେଇ ସଜାଗ ରହିବା ସହ ଦିଗଦର୍ଶନ ଦେଇଥିଲେ। ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ସ୍କୁଲର ବିଜ୍ଞାନ ଶିକ୍ଷକ ମୀନକେତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts