ads

Breaking News

ବେଶ ସ୍ୱାଧୀନତାର ୭୨ ବର୍ଷ ପରେ ବି ବାଉଁଶ ପୋଲ ଗ୍ରାମ ବାସୀଙ୍କର ସାହା ଭରଷା

ବରୀ ----ଯାଜପୁର ଜିଲ୍ଲା ବରୀ ବ୍ଲକ ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ  ଗ୍ରାମ ନିକଟରେ ବରଷକ ୧୨ ମାସରୁ ୮ ମାସ ବ୍ରାହ୍ମଣୀ ନଦୀ  ଉପରେ  ବାଉଁଶ ପୋଲ ଦେଖିବାକୁ ମିଳୁଛି । ଏହି ବାଉଁଶ ପୋଲକୁ ଗ୍ରାମବାସୀ ଶ୍ରମଅର୍ଥ ବିନିଯୋଗକରି ନିଜ ହାତରେ ତିଆରି କରିଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଏହି ପରି ଭାବରେ ଦୀର୍ଘ ବର୍ଷ ଧରି ଗ୍ରାମବାସୀଙ୍କ ଦ୍ୱାରା ବାଉଁଶରେ ପୋଲ ନିର୍ମାଣ ହେଉଥିବା ବେଳେ ପ୍ରଶାସନ ଓ ରାଜନୈତିକ ନେତା ମାନେ  ଦେଖି ନଦେଖିଲା ପରି ରହୁଛନ୍ତି ।  ଏନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ଘଟୁଛି । ତେବେ ଏହି ବାଉଁଶ ପୋଲ ଚଳିତ ମାସ ଗ୍ରାମବାସୀଙ୍କ ଦ୍ୱାରା ନିର୍ମାଣ ସରିଛି । ସଂଂଯୋଗୀ କରଣ ପାଇଁ ରାଜ୍ୟ ସରକାର ନଦୀ ନାଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ଥାୟୀ ପୋଲ ନିର୍ମାଣ କରୁଥିଲାବେଳେ ବ୍ରାହ୍ମଣୀ ନଦୀର ମେଣ୍ଢ ନିକଟରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବୀ ହୋଇ ଆସୁଥିଲେବି ସରକାର କର୍ଣ୍ଣପାତ କରୁ ନାହାନ୍ତି ବୋଲି ଗ୍ରାମବାସି ମାନେ ଅଭିଯୋଗ କରିଛନ୍ତି । ଏହି ବାଉଁଶ ପୋଲ ଦେଇ ଦୈନ ଦିନ ଗୋଳକୁଣ୍ଡ, ସ୍ୱାଇଖଣ୍ଡ,ଝାଲପଡା, ରୁଦ୍ରପୁର ,ମେଣ୍ଡ, କାକୁଡି କୁଦ ,ବନ୍ଧଢିଅ ଗ୍ରାମର ଲୋକେ ଯାତାୟତ କରୁଛନ୍ତି । ଯାଜପୁର ସଦର ମହକୁମାକୁ ଯିବା ପାଇଁ ଏ ସବୁ ଗ୍ରାମର ଲୋକଙ୍କ ପାଇଁ କମ ବାଟ ପଡୁଥିବା କୁହାଯାଇଛି । ସରକାର ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ କଲେ ସ୍ଥାନୀୟ ଅଂଚଳର ଦୁଃଖ ଦୂର ହେବବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏହି ବାଉଁଶ ପୋଲରେ ବିଦ୍ୟାଳୟ , ମହାବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର,ହାଟ ବଜାର ପାଇଁ ଅଞ୍ଚଳବାସୀଙ୍କ ମୁଖ୍ୟ ରାସ୍ତା ପାଲଟିଛି ।
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts