ads

Breaking News

ଫ୍ରେଣ୍ଡସ ହେଲ୍ପ ଗ୍ରୁପ ଦ୍ୱାରା ନେତାଜୀ ଜୟନ୍ତୀ ପାଳିତ


 
ନୟାଗଡ଼ ----ନୟାଗଡ଼ ଜିଲ୍ଲା ଶରଣକୁଳର ଫ୍ରେଣ୍ଡସ ହେଲ୍ପ ଗ୍ରୁପ ସମାଜ ସେବା ପାଇଁ ଏବେ ସର୍ବଦା ଚର୍ଚ୍ଚାରେ। ବିଭିନ୍ନ ଅନ୍ଦାଜରେ ବୃକ୍ଷ ରୋପଣ ସହିତ ଜନ ସେବା,ସଚେତନତା,ପଶୁ ସୁରକ୍ଷା,ପରିବେଶ ସୁରକ୍ଷା କରି ଏହି ଅନୁଷ୍ଠାନର କର୍ମକର୍ତ୍ତା ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି।
ନେତାଜୀ ଜୟନ୍ତି ଉପଲକ୍ଷେ ଫ୍ରେଣ୍ଡସ ହେଲ୍ପ ଗ୍ରୁପର ସଦସ୍ୟମାନେ ଗୁଂଜବାରଣ ଗ୍ରାମରେ ଏକ ପରିବେଶ ସଚେତନତା ଭିତ୍ତିକ କବିତା ଆସର "ପ୍ରକୃତି ମା ପାଇଁ ପଦେ" କରାଯାଇଥିଲା।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଫ୍ରେଣ୍ଡସ ହେଲ୍ପ ଗ୍ରୁପ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ସୁବାସ ନାୟକ ମଞ୍ଚ ପରିଚାଳନା କରିଥିଲେ। ମୂଖ୍ୟ ଅତିଥି ଭାବେ ପଞ୍ଚରିଡା ବନଖଣ୍ଡ ଅଧିକାରୀ ଅର୍ଚ୍ଚନା ଗମାଙ୍ଗୋ ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ ଜିଲ୍ଲା ର ଗର୍ବ ଓ ଗୌରବ  ପ୍ରଶାନ୍ତ କୁମାର ଦାସ ଯୋଗ ଦେଇ ନେତାଜୀ ସୁବାଷ ବୋଷ ଙ୍କ ଫଟୋ ରେ ପୁଷ୍ପାଞଳି ଓ ଦୀପ ପ୍ରଜ୍ଜ୍ବଳନ ପୁର୍ବକ   ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସର ରେ ନୟାଗଡ ଜିଲ୍ଲାର  ପ୍ରମୁଖ କବି ତପସ୍ବୀନି ବରାଡ,ଭାବଗ୍ରହୀ ମହାପାତ୍ର,ପ୍ରହ୍ଲାଦ ବେହେରା ,ଯଶୋବନ୍ତ ପଟନାୟକ,ହିମାଂଶୁ କୁମାର ବାଇଧର,କାର୍ତ୍ତିକ ମୁଦୁଲି,ସୁଦର୍ଶନ ପ୍ରଧାନ କବିତା ପାଠ କରିଥିଲେ।ହିମାଂଶୁ ଶେଖର ବାଇଧର ବନ୍ଦମାତରଂ ଗୀତ ରେ ବଂଶୀବାଦନ ଏବଂ ପ୍ରହ୍ଲାଦ ବେହାରଙ୍କ ପରିବେଶ ଭିତ୍ତିକ  ଦଣ୍ଡସଂଗୀତ ପରିବେଷଣ   ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା।ଫ୍ରେଣ୍ଡସ ହେଲ୍ପ ଗ୍ରୁପର ସୁଜିତ କୁମାର ସାହୁ ,ପ୍ରକାଶ ଚନ୍ଦ୍ର ମାନ୍ନା ଏବଂ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ।
 ନୟାଗଡ଼ ଜିଲ୍ଲାରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts