ଚାଷୀ ମୁଣ୍ଡରେ ଚଡକ, ନିରିହ ଚାଷୀ ଧାନ ବିକ୍ରିରୁ ବଞ୍ଚିତ; ଧାନ ବେପାରୀ ଓ ଅଧିକାରୀ ମାଲାମାଲ
ଧାନ ବିକ୍ରି ପାଇଁ ଚିନ୍ତାରେ ଚାଷୀ। ପ୍ରକୃତ ଚାଷୀ ମୁଣ୍ଡରେ ଏବେ ଚଡକ, ନିରିହ ଚାଷୀ ଧାନ ବିକ୍ରିରୁ ବଞ୍ଚିତ । ଧାନ ବେପାରୀ ଓ ଅଧିକାରୀ ଏବେ ମାଲାମାଲ । ବରଗଡ଼ଜିଲ୍ଲା ଅତାବିରା ଧାନ ମଣ୍ଡିରେ ପୋଲିସ ପ୍ରଶାସନର କଡା ସୁରକ୍ଷା ବଳୟ ମଧ୍ୟରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି ।ହେଲେ ଧାନ କିଣାରେ ଅନିୟମିତତା ହେଉଥିବା ଅଭିଯୋଗ କରି ଚାଷୀ ଏବେ ପୁଣି ଧାରଣାରେ ବସିଥିଲେ । ଅତବିରା ପେସ, ୟାଡ଼ ଇନିଚାର୍ଜ ଓ ଚାଷୀ ମାନଙ୍କ ମଧ୍ୟରେ ଆଲୋଚନା ହେଇଥିଲା। ସରକାରୀ ନିୟମ ଅନୁଯାୟୀ ଟୋକନ ମାଧ୍ୟମରେ ଚାଷୀ ଧାନ ବିକ୍ରି କରିବ।ହେଲେ ଟୋକନ ବ୍ୟବସ୍ଥା ବିଷୟରେ ଚାଷୀଙ୍କୁ ଅବଗତ କରାଯାଇନଥିବାର ଚାଷୀମାନେ ଅଭିଯୋଗ କରିଥିଲେ।ତାହା ପୁଣି ନିରୀହ ଚାଷୀ ମୋବାଇଲକୁ ମେସେଜ ଯିବ। ଏଠାରେ ଅଭିଯୋଗ ହୁଏ ଯେ ଯାହାର ଧାନ ଅମଳ ହେବ ସେଇ ଚାଷୀ ଆସି ଟୋକନ ବ୍ୟବସ୍ଥା ନେଇ ଧାନ ବିକ୍ରି କରିବ।କିନ୍ତୁ ଏଠି ଘଟଣା ଓଲଟା,ଯାହାର ଧାନ ହେଇଛି ତା ପାଇଁ ଟୋକନ ନାହିଁ।କିନ୍ତୁ ଯାହାର ଧାନ ବିଲ ନାହିଁ ବା ଭାଗଚାଷୀ ନୁହେଁ ସେମାନଙ୍କ ପାଖରେ ଟୋକନ । ତେବେ ଏହା ସରକାରଙ୍କ କେଉଁ ନିୟମ ବୋଲି ଚାଷୀ ମାନେ ଅଭିଯୋଗ କରନ୍ତି । ଟୋକନ ବ୍ୟବସ୍ଥା ନେଇ ସମସ୍ତ ଚାଷୀଙ୍କୁ ଅବଗତ କରାଯାଉ ଓ ସୁଚାରୁ ରୁପେ ଭାବରେ ଚାଷୀ ବିକ୍ରି କରିପାରିବ ତାର ବ୍ୟବସ୍ଥା କରାଯାଉ ବୋଲି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବି ହୋଇଛି ।ତେବେ ଦେଖିବାକୁ ବାକି ରହିଲା ଏଥିପ୍ରତି ପ୍ରଶାସନ କଣ ପଦକ୍ଷେପ ନେବ। ନଚେତ୍ ଆଗାମୀ ଦିନରେ ଯେଉଁ ଚାଷୀ ଆନ୍ଦୋଳନ କରିବେ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଚାଷୀ ମାନେ କହିଛନ୍ତି ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ



