ଝୁମ୍ପୁଡି ବସ୍ତିରେ ବହୁ ପରିମାଣରେ ଗୋମାଂସ ଜବତ
ବରଗଡ଼----- ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଭୁଲିଆଛକରେ ଥିବା ଏକ ରାଇସମିଲ ପାଖ ଝୁମ୍ପୁଡି ଘରୁ ବହୁ ପରିମାଣରେ ଗୋମାଂସ ଜବତ କରାଯାଇଛି | ସୂଚନାଅନୁସାରେ ଅତାବିରା ଭୁଲିଆଛକ ପାଖରେ ଏକ ବସ୍ତି ବା ପଡା ଅଛି ସେଠାରେ ଜିଅନ୍ତା ଗାଇ ମାନଙ୍କୁ ମାରି ତାର କାଟି ମାଂସ ଆଖପାଖ ସହରକୁ ପହଞ୍ଚା ଯାଉଛି । ଏ ଖବର ପାଇ ଅତାବିରା ବଜରଙ୍ଗ ଦଳ ପ୍ରଖଣ୍ଡର ସଦସ୍ୟ ମାନେ ଶୁକ୍ରବାର ସକାଳ ୮ଟା ସମୟରେ ସେଠାକୁ ଯାଇ ପଡାର ସମସ୍ତ ଘର ଯାଞ୍ଚ କରିଥିଲେ । ଏବଂ ଯେଉଁସ୍ଥାନରେ ମାଂସ କଟାଯାଉଥିଲା ସେହି ଜାଗାରେ ପହଞ୍ଚିବା ବେଳକୁ ସେଠାରେ କେହି ନ ଥିଲେ । କଟାମାଂସ କୁ ଜବତ କରିଥିଲେ । ସେହିସମୟରେ ବଜରଙ୍ଗ ଦଳ ର ସଦସ୍ୟମାନେ ପୋଲିସକୁ ଖବର ଦେଇ ସମସ୍ତ କଟା ଗୋମାଂସ ଓ ତରାଜୁ,କାଟୁଥିବା ଧାରୁଆ ଅସ୍ତ୍ରକୁ ପୋଲିସ ଜବତ କରିଥିଲା । କେଉଁମାନେ ଏହି କାରବାର ରେ ଲିପ୍ତ ଅଛନ୍ତି ଏବଂ ଏହାର ଚେର କେଉଁଠି କି ଲମ୍ବିଛି ଏହାର ଅନୁସନ୍ଧାନ ଅତାବିରା ପୋଲିସ ଆରମ୍ଭ କରିଥିବା ଜଣାପଡିଛି ।
ହେଲେ ବଜରଙ୍ଗ ଦଳ କହିବା ଅନୁସାରେ ଏହି କାରବାର ବହୁତ ଦିନ ହେଲା ଏ ଅଞ୍ଚଳରେ ଚାଲିଆସୁଛି । ପ୍ରଶାସନ କିପରି ଏଠାରେ କଂସେଇ ଖାନା ଥିବା ସମ୍ପର୍କରେ ଜାଣି ପାରିଲା ନାହିଁ ତାହା ଏବେ ପ୍ରଶ୍ନ ହୋଇପଡିଛି । ଦେଖାଯାଉ ଅତାବିରା ଏହି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଉଛି ନା ନାଲି ଫିତା ତଳେ ଏହି ଘଟଣା ଚାପି ହୋଇଯାଉଛି ତାହା ଦେଖିବାକୁ ବାକି ରହିଲା । ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ


