ads

Breaking News

ସୋସିଆଲ ମିଡିଆରେ ଘୁରିବୁଲୁଛି ପ୍ରେମୀଯୁଗଳଙ୍କ ଅଶ୍ଳୀଳ ଭିଡ଼ିଓ


ନୟାଗଡ଼ -- ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଯୋଗୁଁ ଆମେ ଗର୍ବିତ। ଘରେ ଘରେ ଟେଲିଭିଜନ ଏବଂ ମୋବାଇଲ।କିନ୍ତୁ ଛାତ୍ରଛାତ୍ରୀମାନେ ଏହାର ବ୍ୟବହାର ଯୋଗୁଁ ନିଜକୁ ଶିକ୍ଷାଲାଭଠାରୁ ବଞ୍ଚିତ କରୁଛନ୍ତି ଫେସବୁକ, ହ୍ଵାଟସଆପ,ଟ୍ୱିଟର,ଇଂଷ୍ଟାଗ୍ରାମରେ ସମୟ ଅତିବାହିତ କରୁଥିବାବେଳେ ଏବେ ଚାଲିଛି ଲାଇକି ଏବଂ ଟିକଟକର ଜମାନା । ଏଥିରେ ଲାଇକ ଏବଂ କମେଂଣ୍ଟ ପାଇଁ ପିଲାମାନେ ପାଗଳ।ଏପରିକି ଅତି ନିର୍ଲଜଭାବେ ଭିଡ଼ିଓ କରିଥାନ୍ତି। ନୟାଗଡ ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ପ୍ରେମୀଯୁଗଳ ଅସଂଯତ ଅବସ୍ଥାରେ ଥିବାବେଳେ କିଛି ଯୁବଗୋଷ୍ଠୀଙ୍କ ହାବୁଡ଼ରେ ପଡ଼ିଥିଲେ।ସେମାନେ ଏହାର ସୁଯୋଗ ନେଇ ଭିଡ଼ିଓ ଉତ୍ତୋଳନ କରିବା ସହ ଗାଳି ଗୁଳଜ ମଧ୍ୟ କରିଥିଲେ। ଝିଅଟିକୁ ଅଶାଳୀନ ଇଙ୍ଗିତ ଦେବାପାଇଁ ମଧ୍ୟ ପଛେଇ ନଥିଲେ ।ଶେଷରେ ସେହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି। ତୁରନ୍ତ ପୋଲିସ ଏହି ଘଟଣାର ତଦନ୍ତ କରି  ଭିଡିଓ ଭାଇରାଲକୁ ରୋକ ଲଗାଇବା ପାଇଁ ଜନସାଧାରଣରେ ଦାବି ହୋଉଛି । 
ଓଡ଼ଗାଁରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts